Friday, October 30, 2026
ମନୋରଞ୍ଜନ

ପୁଣି ଟେଲିଭିଜନ ଶୋ ଜରିଆରେ ହସାଇବେ  କପିଲ  ଶର୍ମା

ମୁମ୍ବାଇ: ଲମ୍ବା ସମୟ ଧରି ଟିଭି ପରଦାରୁ ଦୂରେଇ ରହିଥିବା କମେଡି କିଙ୍ଗ୍‌ କପିଲ୍ ଶର୍ମା ଏକ ନୂଆ କମେଡି ଶୋ’ ଜରିଆରେ ଟେଲିଭିଜନ୍ ସ୍କ୍ରିନ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ଆସନ୍ତା ଅକ୍ଟୋବରରେ କପିଲ୍‌ଙ୍କର ଏହି ନୂଆ ଶୋ’ ଆରମ୍ଭ ହେବାକୁ ଥିବା ବେଳେ ଏହାର ନିର୍ଦ୍ଦେଶନା କପିଲ୍‌ଙ୍କ ପୂର୍ବ ଶୋ’ ‘କମେଡ଼ି ନାଇଟ୍‌ସ ୱିଥ୍ କପିଲ୍’ର ନିର୍ଦ୍ଦେଶକ ଭାରତ କୁକ୍ରେଟି ଦେବେ । ସହକଳାକାର ସୁନିଲ୍‌ ଗ୍ରୋବର୍‌ଙ୍କ ସତ ମନାନ୍ତର ଯୋଗୁ କପିଲ୍‌ଙ୍କ ‘ଦି କପିଲ୍‌ ଶର୍ମା ଶୋ’ ବନ୍ଦ ହୋଇଯାଇଥିଲା। ଏହାପରେ କପିଲ୍‌ଙ୍କ ‘ଫ୍ୟାମିଲି ଟାଇମ୍‌ ୱିଥ୍ କପିଲ୍‌’ କପିଲ୍‌ଙ୍କ ଅସୁସ୍ଥତା କାରଣରୁ ମାତ୍ର ୩ଟି ଏପିସୋଡ୍ ପରେ ବନ୍ଦ ହୋଇଯାଇଥିଲା। ଦୀର୍ଘ ଦିନ ଧରି କପିଲ୍ ଅସୁସ୍ଥତା କାରଣରୁ ଟିଭି ପରଦାରୁ ଦୂରେଇ ରହିଥିଲେ । ଟେଲିଭିଜନ୍ ଶୋ’ ବ୍ୟତୀତ ସେ ନିଜର ଏକ ନୂଆ ଫିଲ୍ମର ରିଲିଜ୍‌ ପାଇଁ ମଧ୍ୟ ଲାଗିପଡ଼ିଛନ୍ତି। ଏହି ଫିଲ୍ମ ମଧ୍ୟ ‌ଅକ୍ଟୋବରରେ ରିଲିଜ୍ ହୋଇପାରେ।

Share

Leave a Reply

Your email address will not be published. Required fields are marked *

18 − eighteen =