ପାଇଖାନାର ସେଣ୍ଟ୍ରିଂ ଖୋଲିବାକୁ ଯାଇ ଅଘଟଣ: ୫ ଜଣ ମୃତ,ଜଣେ ଗୁରୁତର

ରାୟଗଡା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳର ଦୁର୍ଗୀ ଗାଁରେ ଏମ୍‌.ସତ୍ୟନାରାୟଣଙ୍କ ନୂଆ କରି ତିଆରି ହୋଇଥିବା ପାଇଖାନାର ସେଣ୍ଟ୍ରିଂ ଖୋଲିବାକୁ ଟାଙ୍କି ଭିତରକୁ ଜଣେ ମହିଳା ଶ୍ରମିକ ଯାଇଥିଲେ। ମାତ୍ର ସେ ବାହାରକୁ ନଆସିବାରୁ ଅନ୍ୟମାନେ ଭିତରକୁ ଯାଇଥିଲେ। ହେଲେ ଟାଙ୍କି ଭିତରେ ସେମାନେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ଚେତା ହରାଇ ପଡ଼ିଥିଲେ।ଟାଙ୍କି ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିବା ପରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକତ୍ସାଧୀନ ଅଛନ୍ତି। ଏହି କାମରେ ମିସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ଓ ଦୁଇ ଜଣ ଶ୍ରମିକ ରଶ୍ମିତା ଓ ବୈରାଗୀଙ୍କ ସହ ସୂର୍ଯ୍ୟନାରାୟଣ ପାତ୍ର, ବଂଶୀଧର ପାତ୍ର ଓ କାର୍ତ୍ତିକ ଗୌଡ଼ ପ୍ରାଣ ହରାଇଛନ୍ତି ା

 

Share

Leave a Reply

Your email address will not be published. Required fields are marked *

seventeen − fifteen =