Friday, October 30, 2026
Latestମନୋରଞ୍ଜନ

ବ୍ରେକଫାଷ୍ଟ କରୁ ନଥିବା ପିଲା ରଖନ୍ତି କମ ମାର୍କ

ଲଣ୍ଡନ() ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି ପାଠପଢ଼ିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା ହୋଇ ନ ଥାଏ। ଖାଲି ଘରେ ନୁହେଁ, ସ୍କୁଲରେ ମଧ୍ୟ ବ୍ରେକ୍ଫାଷ୍ଟ କରିବା ଜରୁରୀ। କମ୍ ଖାଦ୍ୟ ଖାଉଥିବା ପିଲାଙ୍କଠାରୁ ଅପେକ୍ଷାକୃତ ଅଧିକ ଖାଦ୍ୟ ଖାଉଥିବା ପିଲାଙ୍କ ମାନସିକ ସ୍ଥିତି ସୁଦୃଢ଼ ହୋଇଥାଏ। ଫଳରେ ପିଲା ପାଠପଢ଼ିଲେ, ତାହା ସହଜରେ ମନେରହିଥାଏ। କମ୍ ବ୍ରେକ୍ଫାଷ୍ଟ କରୁଥିବା ପିଲାଙ୍କ ତୁଳନାରେ ଅଧିକ ବ୍ରେକ୍ଫାଷ୍ଟ କରୁଥିବା ପିଲାଙ୍କ ଅଧ୍ୟୟନ ଭଲ ଓ ସେମାନେ ଅପେକ୍ଷାକୃତ ଅଧିକ ମାର୍କ ରଖାଥାନ୍ତି ବୋଲି କୁହାଯାଇଛିି।

ଏନେଇ ଜର୍ନାଲ ଫ୍ରଣ୍ଟିୟର୍ସ ଇନ୍ ପବ୍ଲିକ ହେଲ୍ଥ, ରିସର୍ଚ୍ଚର୍ସ ଫ୍ରମ୍ ୟୁନିଭର୍ସିଟି ଅଫ୍ ଲିଡ୍ସ ପକ୍ଷରୁ ଦର୍ଶାଯାଇଛି। ସକାଳୁ ପିଲାମାନେ ପ୍ରଚୁର ପରିମାଣର ଖାଦ୍ୟ ଖାଇବା ଦ୍ୱାରା ମନ ସତେଜ୍ ରହିଥାଏ। ପାଠ ପଢ଼ିବା ଓ ମନେରଖିବା ଲାଗି ଏହା ଆଗ୍ରହ ସୃଷ୍ଟି କରିଥାଏ। କମ୍ ଖାଇବା ଦ୍ୱାରା କୁପୋଷଣର ଶିକାର ହୋଇ ମାନସିକ ସନ୍ତୁଳନ ବିଗିଡ଼ି ଯିବାର ଆଶଙ୍କା ରହିଛି। ୨୯୪ ସ୍କୁଲ, କଲେଜ୍ ପିଲାଙ୍କ କ୍ଷେତ୍ରରେ ଏହା ପରୀକ୍ଷା କରାଯାଇଥିବାବେଳେ ବ୍ରେକ୍ଫାଷ୍ଟ କମ କରୁଥିବା ପିଲା କମ୍ ମାର୍କ ରଖୁଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

four × four =