Friday, October 30, 2026
ଜାତୀୟ

ଜୁଲାଇ ୧ରୁ ଲାଗୁହେବ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା

ନୂଆଦିଲ୍ଲୀ() ଜୁଲାଇ ୧ରୁ ଲାଗୁହେବ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ଯୋଜନା। ଦେଶର ଯେ କୌଣସି ସ୍ଥାନରେ ହିତାଧିକାରୀ ସେହି ଗୋଟିଏ କାର୍ଡରୁ ପାଇପାରିବେ ରେସନ । ଯେ କୌଣସି ରେସନ ଦୋକାନରୁ ଉଠାଇ ପାରିବେ ଚାଉଳ ଓ ଗହମ । ୨୦୨୦ ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁହେବ ଏହି ନିୟମ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଏହି ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିରେ କଳାବଜାରୀ ରୋକିବାକୁ ରେସନ କାର୍ଡ ସହ ଆଧାର ଲିଙ୍କ୍ କରାଯିବ । ଏହି ଯୋଜନା ଦ୍ବାରା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ହିତାଧିକାରୀ ସେଠାରେ ରେସନ କାର୍ଡ ପାଇପାରିବେ ।

ସେପଟେ କଂଗ୍ରେସ କହିଛି ଏହି ଯୋଜନା କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିଲା, ଯାହାକୁ ମୋଦି ଏବେ ନିଜର କହି ଚଳାଉଛନ୍ତି । ଏହି ଯୋଜନା କାର୍ୟ୍ୟକାରୀ ହେଲେ ହିତାଧିକାରୀ ରାଜ୍ୟ ବାହାରେ କିଲୋ ପ୍ରତି ୩ ଟଙ୍କାରେ ଚାଉଳ ଏବଂ କିଲୋ ପ୍ରତି ୨ ଟଙ୍କାରେ ଗହମ ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

two × 1 =