ଡାଇବେଟିଜ ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ଏହି ଜିନିଷ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନଙ୍କ ପାଖରେ ଡାଇବେଟିଜର ସମସ୍ୟା ଦେଖାଯାଇଥାଏ। ବ୍ୟକ୍ତିମାନଙ୍କୁ ମଧ୍ୟ ବହୁତ ଜିନିଷ ଖାଇବା ପୂର୍ବରୁ ଖାଇବେ କି ନାହିଁ ଭାବିବାକୁ ପଡ଼ିଥାଏ। ଯଦି ଏହି ବ୍ୟକ୍ତିମାନେ ଅଧିକ ମିଠା ଖାଇଦେଇଥାନ୍ତି ତେବେ ଡାଇବେଟିଜର ମାତ୍ରା ଆହୁରି ବଢିଯାଇଥାଏ। ଡାଇବେଟିଜ ଥିବା ବ୍ୟକ୍ତିମାନଙ୍କ ପାଇଁ କ୍ଷୀର ଲାଭକାରୀ ହୋଇଥାଏ ବୋଲି ଆଜି ମଧ୍ୟ ଅଧିକାଂଶ ଲୋକମାନେ ଏହି ବିଷୟରେ ଜାଣିନାହାନ୍ତି। ଡାକ୍ତରମାନଙ୍କ କହିବା ଅନୁଯାୟୀ ଏକ ଗିଲାସ କ୍ଷୀରରେ ୮ ଗ୍ରାମ ପ୍ରୋଟିନ ରହିଥାଏ, ଯାହା କେବଳ ଡାଇବେଟିଜ ରୋଗୀମାନଙ୍କ ପାଇଁ ନୁହେଁ ବରଂ ଅନ୍ୟ କେତେକ ରୋଗ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। କ୍ଷୀରରେ ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା ଶରୀର ପାଇଁ ଲାଭକାରୀ ହୋଇଥାଏ।

କ୍ଷୀରରେ କାର୍ବୋ ହାଇଡ୍ରେଡ ରହିଥାଏ। ଏହି କାରଣରୁ ସକାଳର ଜଳଖିଆ ଖାଇବା ସମୟରେ କ୍ଷୀର ପିଇଲେ ପାଚନ ପକ୍ରିୟା ଧିରେ ହେବା ସହ ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ। ଜର୍ନଲ ଅଫ ଡାଏରୀ ସାଇନ୍ସର ଏକ ଅଧ୍ୟୟନରୁ ଏହି ବିଷୟରେ ଜାଣିବାକୁ ମିଳିଛି କି ଜଳଖିଆରେ କ୍ଷୀର ପିଇବା ଦ୍ବାରା ମୋଟାପଣ ନିୟନ୍ତ୍ରଣ ରହିଥାଏ, ଯାହାଦ୍ବାରା ଡାଇବେଟିଜ ମଧ୍ୟ ଅଧିକ ପ୍ରଭାବିତ ହୋଇନଥାଏ। ଏହା ବ୍ୟତୀତ ଖାଦ୍ୟ ସହ କ୍ଷୀର ପିଇବା ଦ୍ବାରା ଜଲଦି ଭୋକ ଲାଗିନଥାଏ।

Share

Leave a Reply

Your email address will not be published. Required fields are marked *

20 + 1 =