Friday, October 30, 2026
Latestରାଜ୍ୟ

ପୋଲିଂ କର୍ମଚାରୀଙ୍କୁ ହତ୍ୟା କଲେ ମାଓବାଦୀ

ଆସନ୍ତାକାଲି ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ଯାଉଥିବା ଏକ ପୋଲିଂ ପାର୍ଟି ଉପରକୁ ମାଓବାଦୀ ମାନେ ଗୁଳି ମାଡ କରିବା ଫଳରେ ଜଣେ ପୋଲିଂ କର୍ମଚାରୀଙ୍କା ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଫୁଲବାଣୀ ଜିଲ୍ଲା ଗୋଚ୍ଛାପଡା ନିକଟସ୍ଥ ବାରାଲା ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ଗ୍ରାମ ରୋଜଗାର ସେବକ ସଂଯୁକ୍ତା ଦିଗଲଙ୍କ ସମେତ ୪ଜଣ ପୋଲିଂ କର୍ମଚାରୀ ଏକ ଗାଡିରେ ଡୁ୍ୟଟି ପାଇଁ ଯାଉଥିବା ବେଳେ ବାରାଲା ଗ୍ରାମ ନିକଟରେ ଏକ ଲ୍ୟାଣ୍ଡ ମାଇନ ବିସ୍ପୋରଣ ହୋଇଥିଲା । ଗାଡିର ଡ୍ରାଇଭର ଏହି ବିସ୍ପୋରଣ ଦେଖି ଗାଡି ବ୍ୟାଗ କରୁଥିବା ବେଳେ ପଛପଟରୁ ଗାଡି ଉପରକୁ ମାଓବାଦୀ ମାନେ ଗୁଳିବର୍ଷା କରିଥିଲେ । ଏଥିରେ ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳିମାଡ ହୋଇଥିଲା ଓ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟଇଥିଲା । ପୋଲିଂ ବୁଥରେ ପୋଲିଂ କର୍ମଚାରୀ ମାନେ ପହଂଚିଛନ୍ତି କି ନାହିଁ ତାହା ଦେଖିବା ପାଇଁ ଏହି ପୋଲିଂ ପାର୍ଟି ଯାଉଥିବା ବେଳେ ଏପରି ଘଟଣା ଘଟିଛି । ଏହା ଫୁଲବାଣୀ ଜିଲ୍ଲା ସମେତ ଅନ୍ୟାନ୍ୟ ଅଚଂଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

eight + 6 =