ସ୍କୁଲରେ ଶିକ୍ଷାଦାନ ସମୟରେ ଭୁଷୁଡିଲା ଛାତ

ଭୁବନେଶ୍ବର: ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୂଦୃଢ କରିବାପାଇଁ ବିଭିନ୍ନ ୋଜନାମାନ ପ୍ରଣୟନ କରୁଥିବା ବେଳେ ବାସ୍ବବରେ କିନ୍ତୁ ଏହା ଅତଯନ୍ତ ଅବଯବସ୍ଥିତ  ।ଏହି ପରି ବିପର୍ଯ୍ୟସ୍ତ ଶିକ୍ଷାବସ୍ଥାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ।  ରାଜଧାନୀର ଖଣ୍ଡଗିରି ତପୋବନ ଅଂଚଳରେ ଥିବା ସତ୍ୟସାଇ ସେବାଶ୍ରମ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି । ଶିକ୍ଷାଦାନ ସମୟରେ ବିଦ୍ୟାଲୟର ଛାତ ଖସି ପଡିଛି । ସୌଭାଗ୍ୟବଶତଃ ଏଥିରେ କୌଣସି ଛାତ୍ରଛାତ୍ରୀ ଆହାତ ହୋଇ ନାହାନ୍ତି ।ଆଜି ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସିଥିଲେ ।ମାତ୍ର ଏହି ସମୟରେ ସ୍କୁଲ ଛାତର ଏକ ବିରାଟ ଅଂଶ ଖସି ପଡିଥିଲା । ସୌଭାଗ୍ୟବଶତଃ ଏଥିରେ କୌଣସି ଛାତ୍ରଛାତ୍ରୀ ଆହାତ ହୋଇ ନାହାନ୍ତି । ପୂର୍ବରୁ ସତ୍ୟ ସାଇ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟ ସରକାରଙ୍କ ଅଧୀନକୁ ଆସିଥିଲା । ଏହା ଏକ ସରକାରୀ ସ୍କୁଲ ହୋଇଥିବାବେଳେ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତେବେ ଅଭିଭାବକ ମାନେ ଏହି ଘଟଣାକୁ ନେଇ  ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସି ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

2 × 5 =