ବିରାଟ କୋହଲିଙ୍କ ଆଉ ଏକ ସଫଳତା

ଲଣ୍ଡନ୍‌:  ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଟେଷ୍ଟ ଟିମ୍‌ର ଅବସ୍ଥା ଶୋଚନୀୟ ଥିବା ବେଳେ ଦଳର ଅଧିନାୟକ  ବିରାଟ କୋହଲି  ଅନ୍ତର୍ଜାତୀୟ କ୍ରିକେଟ୍‌ରେ  ଚଳିତ ବର୍ଷ ସର୍ବାଧିକ ରନ୍‌ ସଂଗ୍ରହ କରିବା ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି । ଲର୍ଡସ୍‌ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ  କୋହଲି ମାତ୍ର ୨୩ ରନ୍‌ କରିଥିଲେ। କିନ୍ତୁ ଏହି ୨୩ ରନ୍‌ ହିଁ ବିରାଟ୍‌ଙ୍କୁ ୨୦୧୮ରେ ସର୍ବାଧିକ ଅନ୍ତର୍ଜାତୀୟ ରନ୍‌ କରିବା ତାଲିକାର ଶୀର୍ଷରେ ପହଞ୍ଚାଇ ଦେଇଛି। ଇଂଲଣ୍ଡ ୱିକେଟ୍‌ କିପର୍‌ ବ୍ୟାଟ୍‌ସମ୍ୟାନ୍‌ ଜନ୍ନି ବେୟାରଷ୍ଟୋଙ୍କୁ ପଛରେ ପକାଇ ବିରାଟ୍‌ ଏହି ରେକର୍ଡ କରିଛନ୍ତି। ବିରାଟ୍‌ ଚଳିତ ବର୍ଷ ଟେଷ୍ଟରେ ୫୦୯ ରନ୍‌, ଟି-୨୦ରେ ୧୪୬ ଓ ଦିନିକିଆରେ ୭୪୯ ରନ୍‌ କରିଛନ୍ତି। ୨୫ଟି ଇନିଂସ୍‌ରେ ବିରାଟ୍‌ ସମୁଦାୟ ୧୪୦୪ ରନ୍‌ ସଂଗ୍ରହ କରିଛନ୍ତି। ଟିମ୍‌ ଇଣ୍ଡିଆ ଓପନର୍‌ ଶିଖର ଧୱନ୍‌ ଦ୍ୱିତୀୟ ଭାରତୀୟ ଭାବେ ୧ହଜାର ୫୫ ରନ୍‌ କରି ସର୍ବାଧିକ ରନ୍‌ ତାଲିକାର ୫ମ ସ୍ଥାନରେ ଅଛନ୍ତି।ତେବେ ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସଙ୍ଗକାରା ୨୮୬୮ ରନ୍‌ କରି ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ରେକର୍ଡ ନିଜ ନାଁରେ ବଜାୟ ରଖିଛନ୍ତି।

Share

Leave a Reply

Your email address will not be published. Required fields are marked *

one + three =