ସ୍ପେନରେ ‘ପଠାନ୍’ ର ଗୀତ ସୁଟିଂ କରିବେ ଶାହରୁଖ-ଦୀପିକା

ମୁମ୍ବାଇ: ବଲିଉଡର ଆଜିଯାଏଁ ଗୋଟିଏ ମଧ୍ୟ ଫିଲ୍ମ ସ୍ପେନରେ ସୁଟିଂ ହୋଇନାହିଁ । ତେବେ ବଲିଉଡର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ଏବଂ ବାଦଶାହା ଶାହରୁଖ ଖାଁ ତାଙ୍କ ଅପକମିଂ ଫିଲ୍ମ ‘ପଠାନ୍’ ପାଇଁ ସ୍ପେନ୍ ରେ ଏକ ଗୀତ ସୁଟିଂ କରିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ଆନନ୍ଦ ।

ଏକ ରିପୋର୍ଟ ମୁତାବକ, କେବେ ବି କୌଣସି ବଲିଉଡ ଫିଲ୍ମ ଏହି ସ୍ଥାନରେ ସୁଟିଂ ହୋଇନାହିଁ । ସ୍ପେନରେ ସିଦ୍ଧାର୍ଥ ଆନନ୍ଦ ଏକ ଗୀତ ସୁଟିଂ କରିବାକୁ ଯାଉଛନ୍ତି । ଏଥିପାଇଁ ସବୁକିଛି ପ୍ରସ୍ତୁତ ହୋଇ ସାରିଲାଣି । ଏଠାକାର ମନଲୋଭା ସୌନ୍ଦର୍ୟ୍ୟ ପାଇଁ ଗୀତଟି ବହୁତ ଶୀଘ୍ର ହିଟ୍ ହେବ ବୋଲି ଅନୁମାନ କରାଯାଉଛି । ଯେପରି ସହଜ ଏବଂ ସୁରକ୍ଷିତ ଭାବେ ସ୍ପେନରେ ସୁଟିଂ ହୋଇପାରିବ ସେନେଇ ସମସ୍ତ ପରାମର୍ଶ ଉପରେ କାମ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

three × one =