ରଜନୀକାନ୍ତ ହେଲେ ଉପବାଚସ୍ପତି

ଭୁବନେଶ୍ୱର()   ଷୋଡଶ ବିଧାନସଭାର ଉପବାଚସ୍ପତି ହେଲେ ବିଜେଡି ବିଧାୟକ ରଜନୀକାନ୍ତ ସିଂହ । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରସ୍ତାବ ଆଣିଥିଲେ ଏବଂ ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଖରୀ ଆରୁଖ ସମର୍ଥନ ଜଣାଇଥିଲେ। ଏହା ପରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଉପବାଚସ୍ପତି ଭାବେ ରଜନୀକାନ୍ତ ସିଂହଙ୍କ ନାଁ ଘୋଷଣା କରିଛନ୍ତି ।

ବିରୋଧୀ ଦଳ ପକ୍ଷରୁ କେହି ପ୍ରାର୍ଥୀ ହୋଇନଥିବା ବେଳେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ନିନ୍ଦ୍ବନ୍ଦରେ ରଜନୀକାନ୍ତ ଉପବାଚସ୍ପତି ହୋଇଛନ୍ତି ।ରଜନୀକାନ୍ତ ସିଂ ତିନି ଥରର ବିଧାୟକ ଏବଂ ମନ୍ତ୍ରୀ ରହିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × four =