ମୋଡ୍ରିଚ୍ ହେଲେ ଫିଫାର ଶ୍ରେଷ୍ଠ ଫୁଟ୍ବଲର୍

ଲଣ୍ଡନ: ଫୁଟ୍ବଲ୍ ଇତିହାସରେ ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କର ଦୀର୍ଘବର୍ଷ ଧରି ଜାରି ରହିଥିବା ଆଧିପତ୍ୟକୁ ଶେଷରେ ଭାଙ୍ଗି ଦେଇଛନ୍ତି କ୍ରୋଏସିଆ ଅଧିନାୟକ ଲୁକା ମୋଡ୍ରିଚ୍। ରୋନାଲ୍ଡୋ ଓ ମେସିଙ୍କୁ ପଛରେ ପକାଇ ମୋଡ୍ରିଚ୍ ଚଳିତ ବର୍ଷ ଫିଫା ପକ୍ଷରୁ ଶ୍ରେଷ୍ଠ ଫୁଟ୍ବଲ୍ ଖେଳାଳି ପୁରସ୍କାର ହାସଲ କରିଛନ୍ତି।
ମୋଡ୍ରିଚ୍ଙ୍କ କ୍ୟାପ୍ଟେନଶିପ୍ରେ କ୍ରୋଏସିଆ ୨୦୧୮ ଫିଫା ବିଶ୍ୱକପ୍ରେ ପ୍ରଥମଥର ଫାଇନାଲ୍ରେ ପହଞ୍ଚିବା ସହ ଇତିହାସ ରଚିଥିଲା । କ୍ରୋଏସିଆ ଟିମ୍ର ଏହି ତାରକା ଫରୱାର୍ଡ ଚାରିବର୍ଷ ଧରି ଇଂଲଣ୍ଡରେ କ୍ଲବ୍ ଫୁଟ୍ବଲ୍ ଖେଳିବା ପରେ ୨୦୧୨ରେ ସ୍ପାନିଶ୍ କ୍ଲବ୍ ରିଅଲ ମାଡ୍ରିଡରେ ସାମିଲ ହୋଇଥିଲେ। ମୋଡ୍ରିଚ୍ କହିଛନ୍ତି, ଏଭଳି ସମ୍ମାନ ପାଇ ମୁଁ ନିଜକୁ ଗର୍ବିତ ମନେ କରୁଛି ।

Share

Leave a Reply

Your email address will not be published. Required fields are marked *

9 + 14 =