ରାଜ୍ୟରେ ପ୍ଲାଜମା ଥେରାପି ସଫଳ

ଭୁବନେଶ୍ୱର()  ରାଜ୍ୟରେ ଦିନକୁ ଦିନ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ଓଡ଼ିଶାରେ ପ୍ଲାଜମା ଥେରାପି ସଫଳ ହୋଇଛି । ପ୍ଲଜମା ଥେରାପିରେ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ରହିଛି । କଟକର ଜଣେ ୪୮ବର୍ଷିୟ ମହିଳା କରୋନା ଆକ୍ରାନ୍ତ ଥିବା ବେଳେ ସେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କଟକ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଏହାସହ ପ୍ଲାଜମା ନେଇଥିବା ଆଉ ୧୩ ଜଣ କରୋନା ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

Share

Leave a Reply

Your email address will not be published. Required fields are marked *

4 × one =