ବିଧାନସଭାର ୫ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର () ବିଧାନସଭାରେ ପଶିଲା କରୋନା । ନୀଳଗିରୀ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣଙ୍କ କରୋନା ପରିକ୍ଷା କରାଯିବା ପରେ ୫ଜଣଙ୍କ କରୋନା ପଜିଟିଭ ଆସିଛି । ଏମାନେ ସମସ୍ତେ ଘରୋଇ ସଂଗରୋଧରେ ରହିଛନ୍ତି । ତେବେ କରୋନା ପଜିଟିଭ ବାହାରିବା ପରେ ବିଧାନସଭା ସାନିଟାଇଜ କରାଯିବ । ଏକ ତାରିଖ ଦିନ ବିଧାନସଭା ସାନିଟାଇଜ କରାଯିବ ଏବଂ ୪ତାରିଖରେ ଖୋଲିବ ବିଧାନସଭା । ସୁଚନା ଅନୁସାରେ ଦେବୀମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା କମିଟି ମିଟିଂ ନିଳଗିରି ବିଧାୟକ ଉପସ୍ଥିତ ଥିଲେ । ତା’ପରେ ମିଟିଂ ବାତିଲ କରାଯାଇଥିଲା । ସେବେଠାରୁ ସମସ୍ତେ ସଂଗରୋଧରେ ଥିଲେ ।

ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୯୩ରେ ପହଚିଂଛି ।

Share

Leave a Reply

Your email address will not be published. Required fields are marked *

3 × five =