ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଯୌନ ନିର୍ୟ୍ୟାତନା ଅଭିଯୋଗ

ନୂଆଦିଲ୍ଲୀ() ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ୟାତନ ମାମଲାକୁ ‘ଷଡ଼ଯନ୍ତ୍ର’ କହି ଅଡୁଆରେ ପଡ଼ିଥିବା ଆଇନଜୀବୀ ଉତ୍ସବ ବେନସ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେ ଏହି ଅଭିଯୋଗକୁ ‘ଷଡ଼ଯନ୍ତ୍ର’ ବୋଲି କହିବା ପରେ ସୁପ୍ରିମକୋର୍ଟର ତିନି ଜଣ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ଆର୍ ଏଫ୍ ନରିମନ୍ ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଇନଜୀବୀ ଉତ୍ସବଙ୍କୁ ନୋଟିସ କରିଥିଲେ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଗଣମାଧ୍ୟମକୁ ଖବରର ପ୍ରସାରଣର ସତ୍ୟତା ନେଇ ପ୍ରଶ୍ନ କରିଛନ୍ତି ।

ଆଜି କୋର୍ଟରେ ସିସିଟିଭି ଫୁଟେଜ ଦାଖଲ କରିଛନ୍ତି ଆଇନଜୀବୀ ଉତ୍ସବ ବେନସ। ଅଭିଯୋଗ ଆଣିଥିବା ମହିଳାଙ୍କ ପୂର୍ବରୁ ଉତ୍ସବଙ୍କୁ ଜଣେ ଅଜଣା ବ୍ୟକ୍ତି ୧.୫ କୋଟି ଟଙ୍କାର ଅଫର ଦେଇଥିଲେ ଏପରି ଅଭିଯୋଗ ଆଣିବାକୁ। ଏଥିପାଇଁ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ସାମ୍ୱାଦିକ ସମ୍ମିଳନୀ କରିବାକୁ ହେବ ବୋଲି ଅଜଣା ବ୍ୟକ୍ତି ଜଣଙ୍କ ସର୍ତ୍ତ ରଖିଥିଲେ। କିନ୍ତୁ ସେ ଏହି ଅଫରକୁ ଗ୍ରହଣ କରିନଥିଲେ ବୋଲି ଉତ୍ସବ କହିଥିଲେ।

ସେହିପରି ବିଚାରପତି ଅରୁଣ ମିଶ୍ର ଓ ସଞ୍ଜିବ ଖାନ୍ନା ଏହି ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି । ଜଣେ ମହିଳା ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ଆଣିବା ନେଇ କେତେକ ୱେବ୍-ମେଡିଆରେ ଖବର ପ୍ରକାଶ ପାଇଥିଲା । ଏହାକୁ ଅତି ଗୁରୁତର ସହ ନେଇ ଗତକାଲି ଶୁଣାଣି କରିଛନ୍ତି ଖଣ୍ଡପୀଠ । ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଓ ସେ ଜେଲ ଯାଇଛନ୍ତି ବୋଲି କହିଥିଲେ ମୁଖ୍ୟ ବିଚାରପତି ।

Share

Leave a Reply

Your email address will not be published. Required fields are marked *

twelve + 17 =