ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ବର () ପାଟକୁରା ବିଧାନସଭା ନିର୍ବାଚନ ମେ’ ୧୯ ତାରିଖ ଦିନ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗଙ୍କ ତରଫରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୨୦ ତାରିଖ ଦିନ ସେହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଥିଲା । ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୫୨ ଓ ଉପଧାରା ୨ ଅନୁସାରେ ଆସନ୍ତା ୨୯ ତାରିଖ ଦିନ ପାଟକୁରାରେ ହେବାକୁ ଥିବା ନିର୍ବାଚନକୁ ନିର୍ବାଚନ ଆୟୋଗ ସ୍ଥଗିତ ରଖିଥିଲେ । ଆଜି ଲୋକପ୍ରତିନିଧି ଆଇନର ଧାରା ୫୨ର ଉପଧାରା ୨ ସହ ଧାରା ୩୦ ଓ ୫୬ ଅନୁସାରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିମ୍ନମତେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି ।

ଆସନ୍ତା ମାସ ପହିଲା (ମେ ୧ ତାରିଖ) ବୁଧବାର ଦିନ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି । ମେ ୨ ତାରିଖ ଗୁରୁବାର ଦିନ ମନୋନୟନ ପତ୍ର ଯାଂଚ କରାଯିବ । ମେ ୪ ଶନିବାର ଦିନ ପ୍ରାର୍ଥିପତ୍ର୍ର ପ୍ରତ୍ୟାହାରର ଶେଷ ତାରିଖ  । ମେ ୧୯ ଶନିବାର ଦିନ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୭ଟାରୁ ସଧ୍ୟା ୬ଟା ମଧ୍ୟରେ ଭୋଟ ଗ୍ରହଣ ହେବ ।

Share

Leave a Reply

Your email address will not be published. Required fields are marked *

20 + nineteen =