କଲେଜ ଅଧ୍ୟାପକଙ୍କ ପାଇଁ ଟ୍ରାନସଫର ଗାଇଡ ଲାଇନ

ଭୁବନେଶ୍ବର () ଏଣିକି ଡିଗ୍ରୀ କଲେଜ୍ ଅଧ୍ୟାପକ ମନଇଚ୍ଛା ଟ୍ରାନସଫର୍ ଲାଗି ଆବେଦନ କରିପାରିବେନି| କାମ କରିବନି ଲବି| ପିଏମ୍ଆଇଏସ୍ ୱେବସାଇଟ୍ ଜରିଆରେ ଆବେଦନ କରିବେ| ଉଚ୍ଚଶିକ୍ଷା ବିଭାଗ ଏନେଇ ଖୁବଶୀଘ୍ର ଗାଇଡ ଲାଇନ ଆଣିବାକୁ ଯାଉଛି| ଆଜି ଭୁବନେଶ୍ବରରେ ଅନୁଷ୍ଠିତ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ|

ପୋଷ୍ଟିଂ ହୋଇଥିବା ଉପାନ୍ତ ବା ଦୂର ଅଞ୍ଚଳରେ ଅଧ୍ୟାପନା ନକରି ନିଜ ଅଞ୍ଚଳକୁ ଫେରିବା ଲାଗି ଅଧ୍ୟାପକ ମାନେ ବିଭିନ୍ନ ଗ୍ରାଉଣ୍ଡ ଦର୍ଶାଇ ଟ୍ରାନସଫର୍ ନେଉଛନ୍ତି| ଫଳରେ ଅଧ୍ୟାପକ ମରୁଡି ପଡୁଥିବା ଆଜି ସମ୍ମିଳନୀରେ ଅଧ୍ୟକ୍ଷମାନେ ଦୃଷ୍ଟି ଆକର୍ଷଣ କରିଥିଲେ| ଅଧ୍ୟକ୍ଷମାନଙ୍କ ଅଭିଯୋଗକୁ ଆଧାର କରି ବିଭାଗ ଖୁବଶୀଘ୍ର ଗାଇଡ ଲାଇନ୍ ଆଣିବାକୁ ଯାଉଛନ୍ତି| ଯେଉଁଥିରେ ଉଲ୍ଲେଖ ରହିବ ପୋଷ୍ଟିଂର  କେତେ ବର୍ଷ ପରେ ସେମାନେ ଟ୍ରାନସଫର ଲାଗି ଆବେଦନ କରିବେ| ଏହାଦ୍ବାରା ଗୁଣାତ୍ମକ ମାନ ବୃଦ୍ଧିପାଇବ ବୋଲି କଲେଜ ଅଧ୍ୟକ୍ଷମାନେ କହିଛନ୍ତି| ବୈଠକରେ 75ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ଯୋଗ ଦେଇଛନ୍ତି|

Share

Leave a Reply

Your email address will not be published. Required fields are marked *

4 × three =