ମୋ ବସ ଡ୍ରାଇଭରଙ୍କ ମହାନତା, ଫେରାଇଲେ ୪୯,୫00 ଟଙ୍କା

ଭୁବନେଶ୍ୱର () : ସଚ୍ଚୋଟତା ଏକ ଦୁର୍ଲଭ ଗୁଣ। ମାନବିକତା ଏବେ ଆମ ସମାଜରୁ ଧୀରେ ଧୀରେ ହଜିଯାଉଥିବା ବେଳେ ଆମ ସମାଜର କିଛି ବ୍ୟକ୍ତିବିଶେଷଙ୍କ ପାଇଁ ତଥାପି ବଞ୍ଚିଛି। ଏମିତି ଏକ ବିରଳ ମାନବିକତା ଦେଖାଇଛନ୍ତି ମୋ ବସ ର ଜଣେ କାପଟେନ ବା ଡ୍ରାଇଭର ବିଶ୍ୱନାଥ ଖଟୁଆ।

ବିଶ୍ୱନାଥ କାଲି ସକାଳ ସମୟରେ ପ୍ରାୟ ୯ଟା ବେଳେ ତାଙ୍କର ରୂଟ ନମ୍ବର 25ରେ ମଞ୍ଚେଶ୍ୱର ଡିପୋ କୁ ବସ ଫେରାଇ ନେବାବେଳେ ଗୋଟିଏ ସିଟ ଉପରେ ଏକ ବ୍ୟାଗ ଥିବା ଦେଖି ଥିଲେ। ସେହି ବ୍ୟାଗରେ ୪୯,୫୦୦ ଟଙ୍କା ନଗଦ ଥିଲା। ଆଉ କେହି ଥିଲେ ବୋଧହୁଏ ଲୋଭରେ ପଇସା ତକ ନେଇଯାଇଥାନ୍ତା। ହେଲେ, ମୋ ବସର ଜନୈକ ସଚ୍ଚୋଟ କର୍ମଚାରୀ, ଯିଏକି ଟ୍ରାଭେଲ ଟାଇମ ସଂସ୍ଥା ଦ୍ଵାରା ନିଯୁକତ, ସେହି ବ୍ୟାଗଟିକୁ ଅଫିସ ଆସି ଫେରେଇବାକୁ ଉଚିତ ମନେକଲେ ଏବଂ ସକାଳେ ଆସି ତାଙ୍କର ଉପରିସ୍ଥ ପଦାଧିକାରୀ ମାନଙ୍କୁ ଦେଖା କରି ଉକ୍ତ ବ୍ୟାଗ ର ପ୍ରକୃତ ମାଲିକଙ୍କ ସନ୍ଧାନ କଲେ। ଫେରାଇବା ଆଗରୁ ଛାଡିଯାଇଥିବା ବ୍ୟକ୍ତିଙ୍କୁ ଖୋଜିବାରେ ସେ ଦୁଇ ଘଣ୍ଟାରୁ ଅଧିକ ସମୟ ଖୋଜାଖୋଜି ମଧ୍ୟ କରିଥିଲେ।

କ୍ୟାପିଟାଲ ରିଜିଅନ ଅର୍ବ।ନ ଟ୍ରାନ୍ସପୋର୍ଟ ତରଫରୁ ତାଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଶା ଏହା ଆହୁରି ଅନେକ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

Share

Leave a Reply

Your email address will not be published. Required fields are marked *

one + sixteen =