କେନ୍ଦ୍ରକୁ ୭ ପ୍ରସ୍ତାବ ଦେଲା ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ବୈଠକ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିସ୍ତୃତ ଅ।ଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ୭ଟି ଯାକ ପ୍ରସ୍ତାବଗୁଡ଼ିକୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର  ଅଧ୍ୟକ୍ଷଙ୍କ ଦ୍ୱାରା ଅନୁମୋଦନ କରି କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନିକଟକୁ ମଞ୍ଜୁର ନିମନ୍ତେ ସୁପାରିଶ କରିଛି  । ଭିତରକନିକା ଜାତୀୟ ଉଦ୍ୟାନର ପରିବେଶ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଭଦ୍ରକ ଜିଲ୍ଲାର ·ନ୍ଦବାଲି ତହସିଲ ଅନ୍ତର୍ଗତ ନିମତାଲାଠାରେ ଜେଟି ଏବଂ ବର୍ଷା ଆଶ୍ରୟ ଗୃହର ଉନ୍ନତିକରଣ କାର୍ଯ୍ୟ ୨ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ପାଦିତ ହେବ  ।

ଭିତରକନିକା ଜାତୀୟ ଉଦ୍ୟାନର ପରିବେଶ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଭଦ୍ରକ ଜିଲ୍ଲାର ·ନ୍ଦବାଲି ତହସିଲ ଅନ୍ତର୍ଗତ କସ୍ତୁରୀକଣଠାରେ ଜେଟି ଏବଂ ବର୍ଷା ଅ ।ଶ୍ରୟ ଗୃହର ଉନ୍ନତିକରଣ କାର୍ଯ୍ୟ ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ପାଦିତହେବ  । ବାରିପଦା-ବାମନଘାଟି (ରାଜ୍ୟ ରାଜପଥ-୫୦)ର ବିଷୋଇଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ରାସ୍ତାର ସୁଦୃଢ଼ୀକରଣ ତଥା ଦୁଇଟିକିଅ । ରାସ୍ତାକୁ ଚଉଡ଼ା କରାଯିବ  । ଏହାଫଳରେ କୋଲକାତାଠାରୁ ରାଇରଙ୍ଗପୁର ଓ ରାଇରଙ୍ଗପୁରରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଚଳାଚଳ ଓ ମାଲ ପରିବହନ ସୁଗମ ହେବ । କର୍ଲାପାଟ ଅଭୟାରଣ୍ୟ ପରିସୀମା ପୁନଃନିର୍ଦ୍ଧାରିତ ହେବ  । ସମ୍ପ୍ରତି ୧୮୪ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟର ପରିସୀମା ପ୍ରାୟ ୧୯୪ ବର୍ଗ କିଲୋମିଟର ହେବ  ।

ସୁନାବେଡା ଅଭୟାରଣ୍ୟ ପରିସୀମା ପୁନଃନିର୍ଦ୍ଧାରିତ ହେବ  ।  ଅଭୟାରଣ୍ୟରୁ ଜନାକୀର୍ଣ୍ଣ ପ୍ରାୟ ୧୦ ହଜାର ୯୬୫ ହେକ୍ଟର ଜମିକୁ ବାଦ୍ ଦିଅ ।ଯିବ ଓ ଜନବସତିଶୂନ୍ୟ ୧୩ ହଜାର ୩୧୩ ହେକ୍ଟର ଜଙ୍ଗଲ ଜମି ଅଭୟାରଣ୍ୟ ପରିସୀମାଭୁକ୍ତ ହେବ  ।  ଇଷ୍ଟକୋଷ୍ଟ ରେଳବାଇ ଦ୍ୱାରା ବୁଢ଼ାପଙ୍କ-ସାଲେଗାଓଁ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ନିର୍ମାଣ ପାଇଁ ୨୪ ହେକ୍ଟର ଜଙ୍ଗଲ ଜମି ଅ ।ବଶ୍ୟକ  । ସେହି ଜମିରୁ ୦.୭୮୮ ହେକ୍ଟର ଜମି କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସୀମା ମଧ୍ୟରେ ରହିଛିି  । ସେଥିପାଇଁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ବୈଠକରେ ଅ ।ଜି ସୁପାରିଶ କରାଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ଏହାକୁ ମଞ୍ଜୁର କଲେ ବୁଢ଼ାପଙ୍କ-ସାଲେଗାଓଁ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ  । ରେଙ୍ଗାଲୀ ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ବାମ ଓ ଦକ୍ଷିଣ ପାଶ୍ୱର୍ ଶାଖା କେନାଲର ନିର୍ମାଣ ପାଇଁ ଢେଙ୍କାନାଳ, ଅ ।ଠଗଡ଼ ଓ କଟକ ବନଖଣ୍ଡର ୪୨୩ ହେକ୍ଟର ଜଙ୍ଗଲ ଜମି ଅ ।ବଶ୍ୟକ  । ସେହି ଜମିରୁ ୭.୫ ହେକ୍ଟର ଜମି କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସୀମା ମଧ୍ୟରେ ରହିଛିି  । ସେଥିପାଇଁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ବୈଠକରେ ଅ ।ଜି ସୁପାରିଶ କରାଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ଏହାକୁ ମଞ୍ଜୁର କଲେ ରେଙ୍ଗାଲୀ ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ବାମ ଓ ଦକ୍ଷିଣ ପାଶ୍ୱର୍ ଶାଖା କେନାଲର ନିର୍ମାଣ ସମ୍ଭବ ହୋଇପାରିବ  ।

ଏଥିରେ ମୋରଡ଼ାର ବିଧାୟକ  ରାଜକିଶୋର ଦାସ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡଃ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନସଂରକ୍ଷକ  ଶିଶିର କୁମାର ରଥ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶଶି ପଲ୍, ଭାରତ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିଦେ୍ର୍ଦଶକ, ହସ୍ତୀ ସୁରକ୍ଷା ଫାଉଣ୍ଡେସନ ଟ୍ରଷ୍ଟର ଡଃ ରଜନୀକାନ୍ତ ଜେନା, ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ପି.ଅ ।ର୍.ମହାନ୍ତି, ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ଡଃ ବିଭାଷ ପାଣ୍ଡବ, ଗଞ୍ଜାମ ଜିଲ୍ଲା ମୟୁର ସୁରକ୍ଷା କମିଟିର ସଭାପତି ସମୀର କୁମାର ପ୍ରଧାନ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡଃ  ପ୍ରିୟମ୍ବଦା ମହାନ୍ତି ହେଜମାଦି,  ମଧୁସୂଦନ କହଁର ପ୍ରମୁଖ ଯୋଗଦେଇ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ଅ ।ଗତ ୭ଟି ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଅ।ଲୋଚନା କରିଥିଲେ |

Share

Leave a Reply

Your email address will not be published. Required fields are marked *

two + 13 =