‘ଟିକଟକ’ ପାଇଁ ଟିପଟପ ଦିଦିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ

ମାଲକାନଗିରି()  ମାଲକାନଗିରି ଜିଲ୍ଲା ସଦର ହସପିଟାଲର ଝଘଉଟ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସମାନେ ଟିକଟକ ଭିଡିଓ ସୁଟିଂ କରୁଥିବା ଘଟଣାରେ ଜିଲ୍ଲା ମୁଖ୍ୟ ଚିକ୍ିତ୍ସାଧିକାରୀ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ଟିକଟକ ଭିଡିଓ ସୁଟ କରୁଥିବା ୩ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ଦେଇଛନ୍ତି । ସେମାନଙ୍କ ବିରୋଧରେ ଅଭିଯୋଗ ନେଇ ତଦନ୍ତ ନସରିବା ଯାଏଁ ସେମାନେ ଛୁଟିରେ ରହିବେ । ଟିକ୍ଟକ୍ ଭିଡିଓରେ ମଡେଲିଂ କରୁଥିବା ଏହି ୩ଜଣ ହେଉଛନ୍ତି ଜିଲ୍ଲା ସଦର ଚିକିତ୍ସାଳୟର ମହିଳା ସ୍ବାସ୍ଥ୍ୟ କର୍ମୀ ନନ୍ଦିନୀ ରାୟ, ରୁବି ରାୟ ଏବଂ ତାପସୀ ବିଶ୍ବାସ ।

ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସମାନେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡ଼ି ଟିକ୍ଟକ୍ ଭିଡିଓ ବନାଇବାରେ ବ୍ୟସ୍ତ ଥିଲେ । ଡ୍ରେସ୍ କୋଡ଼ରେ ଥିବା ଏହି ନର୍ସମାନଙ୍କ ଟିକ୍ଟକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ଏହି ଖବର ଗତକାଲି ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସଂପୃକ୍ତ ୩ ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ମାଲକାନଗିରି ସିଡିଏମ୍ଓ। ତା’ସହ ଅନୁଧ୍ୟାନ କରି କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

Share

Leave a Reply

Your email address will not be published. Required fields are marked *

five × one =