୫-ଟି ସଚିବ ବୁଝାଇଲେ ଫାଇଭ-ଟି ର ଗୁରୁତ୍ୱ

ଭୁବନେଶ୍ବର () ମୋ ସରକାର ଯୋଜନା କଣ ଏହାକୁ ଅତି ସରଳ ଭାବେ ବୁଝାଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ । ମୋ ସରକାର କାର୍ୟ୍ୟକ୍ରମ କ’ଣ, ଫାଇଭ୍ ଟି କ’ଣ, ଏସବୁ ପ୍ରାଂଜଳ ଭାବେ ବୁଝାଇଛନ୍ତି ଫାଇଭ୍ ଟି ସଚିବ । ପ୍ରଥମ ପର୍ୟ୍ୟାୟରେ ଥାନା ଓ ହସପିଟାଲରେ ଲୋକେ କିପରି ସେବା ପାଉଛନ୍ତି, ସେ ନେଇ ଅନୁଧ୍ୟାନ କରାଯିବ । ତେବେ କାହିଁକି ଥାନା ଓ ହସ୍ପିଟାଲକୁ ସରକାର ପ୍ରାଥମିକତା ଦିଆଯାଇଛି, ସେ ବାବଦରେ ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ୍ ।

ଏହା ସହ କହିଛନ୍ତି, ଭଲ କାମ କଲେ, ଲୋକଙ୍କ ପ୍ରତିକ୍ରିୟା ଭଲ ରହିଲେ ହେବ ପଦୋନ୍ନତି, କାର୍ୟ୍ୟରେ ଅବହେଳା କଲେ ହେବ କାର୍ୟ୍ୟାନୁଷ୍ଠାନ । ପୋଲିସ ବାବୁଙ୍କୁ ଫାଇଭ ଟି ପାଠ ପଢ଼ାଇବା ସହ ବିଭିନ୍ନ ଜିଲ୍ଲାର ଏସପି ଓ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ।

ଗାନ୍ଧିଜୟନ୍ତୀରୁ ଲାଗୁ ହେବ ‘ମୋ ସରକାର’ । ସେଥିପାଇଁ ଯୋରଦାର ପ୍ରସ୍ତୁତିରେ ଲାଗିଛନ୍ତି ନବୀନଙ୍କ ଟିମ । ଫାଇଭ-ଟି ମନ୍ତ୍ର ମାଧ୍ୟମରେ ଲୋକଙ୍କ ଜୀବନ ଧାରଣର ମାନରେ କିଭଳି ଉନ୍ନତି ଆସିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

Share

Leave a Reply

Your email address will not be published. Required fields are marked *

eleven − four =