ଡାକୁଛି କାଳିଆ : ଦିଶିଲାଣି ବଡଦାଣ୍ଡ, ନୀଳଚକ୍ର ଓ ପତିତପାବନ

ଭୁବନେଶ୍ୱର () ଆସନ୍ତା ରଥଯାତ୍ରା ପୂର୍ବରୁ ନୂଆ ରୂପରେ ଐତିହ୍ୟ ସହର ଭାବେ ଛିଡା ହେବ ପୂରୀ । ଏହି ଲକ୍ଷ୍ୟ ପୂରଣ ପାଇଁ ଜିଲ୍ଲା ପ୍ରଶାସନ ବେଶ ତପତ୍ରତାର ସହ କାର୍ଯ୍ୟ ଚାଲିଛି । ଉଚ୍ଛେଦ କାମ ସହ ତାଳ ଦେଇ ଅାଗେଇ ଚାଲିଛି ପୁନଃନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ଫନିରେ ଧ୍ୱସ୍ତ ବିଧ୍ୱସ୍ତ ପୁରୀକୁ ଐତିହ୍ୟ ସହରରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ସରକାର ଓ ପ୍ରଶାସନ ସମ୍ପୁର୍ଣ୍ଣ ଏକାଗ୍ରତା ଓ ନିଷ୍ଠାର ସହ କାମ କରୁଛନ୍ତି ।

ଏଭିତରେ ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦକୁ ନେଇ ଚାଲିଥିବା ଅାନ୍ଦୋଳନ ଧିରେ ଧିରେ ଥମିଯାଇଛି । କାରଣ ମେଘନାଦ ପାଚେରୀ ଚାରିପଟୁ ଏବଂ ସିଂହଦ୍ୱାର ସମ୍ମୁଖରୁ ବେଆଇନ ଜବରଦଖଲ ଓ ନିର୍ମାଣ ହଟିଯିବା ପରେ ଦୃଶ୍ୟମାନ ହେଉଛି ପ୍ରସସ୍ତ ବଡଦାଣ୍ଡ । ଗୁଣ୍ଡିଚା ମନ୍ଦିରରୁ ବିି ଶ୍ରୀମନ୍ଦିରର ନିଳଚକ୍ର ଦେଖାଗଲାଣି, ଯାହା ଦିନେ ନିର୍ମାଣ ଅଢୁଆଳରେ ଲୁଚିଯାଉଥିଲା ।

ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାର ମାତ୍ର ତିନ ସପ୍ତାହ ମଧ୍ୟରେ ଚାରୋଟି ମଠ ଏବଂ ଉଠାଦୋକାନୀଗୁଡିକୁ ଉଚ୍ଛେଦ କରାଯାଇଛି । ପ୍ରଥମେ ଲଙ୍ଗୁଳି ମଠ, ତାପରେ ଏମାର ମଠ, ବଡ ଅାଖଡା ଓ ସାନଛତା ମଠ ଉଚ୍ଛେଦ ହୋଇଛି । ଏହିସବୁ ମଠରେ ଥିବା ମନ୍ଦିର ଏବଂ ଗାଦିକୁ ଛାଡି ବ୍ୟବସାୟୀକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ବେଆଇନ ନିର୍ମାଣକୁ ହଟେଇ ଦିଆଯାଇଛି । ମଠର ବେଆଇନ ନିର୍ମାଣକୁ ହଟାଯିବା ପରେ ମୂଳ ମଠକୁ ଐତିହ୍ୟର ରୂପ ଦିଆଯିବ । ସେହିପରି ଏମାର ମଠରେ ମଧ୍ୟ ନିର୍ମାଣ ହେବ ରଘୁନନ୍ଦ ପାଠାଗାର ।

ବେଆଇନ ନିର୍ମାଣଗୁଡିକୁ ଭାଙ୍ଗି ଦିଆଯିବା ପରେ ଶ୍ରୀଜଗନ୍ନାଥ ମନ୍ଦିର ସ୍ବଷ୍ଟ ଦିଶୁଥିବାରୁ ଏହା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି । ପୂର୍ବରୁ ବେଆଇନ ଦଖଲ ଯୋଗୁ ମେଘନାଦ ପାଚେରୀ ଦେଖାଯାଉନଥିଲା । ଏବେ କିନ୍ତୁ ବିଶାଳକାୟ ମେଘନାଦ ପାଚେରୀ ସମ୍ପୁର୍ଣ୍ଣ ଭାବେ ମୁକ୍ତ । କାହିଁ କେତେ ଦୂରରୁ ନିଳଚକ୍ର, ପତିତପାବନ ବାନା, ଆନନ୍ଦ ବଜାର, ରୋଷଘର ସବୁ କିଛି ଦେଖାଯାଉଛି । ସମ୍ପୁର୍ଣ୍ଣ ଭାବେ ନୂଆ ରୂପରେ ରୂପାନ୍ତରିତ ହେଉଥିବା ପୁରୀକୁ ଦେଖି ସ୍ଥାନାୟ ଲୋକେ ଯେତିକି ଉତ୍ସାହିତ ହେଉଛନ୍ତି, ପର୍ଯ୍ୟଟକ ଓ ଭକ୍ତ ବି ସେତିକି ଆକର୍ଷିତ ହେଉଛନ୍ତି ।

ଏବେ ଉଚ୍ଛେଦ ସ୍ଥଳକୁ ସମତୁଳ କରିବା ସହ ସୌନ୍ଦର୍ଯ୍ୟକରଣ ପାଇଁ କାମ ଚାଲିଛି । ଏମାର ମଠର ରଘୁନନ୍ଦନ ପାଠାଗାରଠାରୁ ବଣିପଟି ଅଂଚଳରେ ଟାଇଲ ବିଛା କାମ ଚାଲିଥିବା ବେଳେ ପଥଚାରୀଙ୍କ ପାଇଁ କରାଯାଇଛି ମୋବାଇଲ ଟଏଲେଟର ବ୍ୟବସ୍ଥା । ଲଙ୍ଗୁଳି ମଠ ଓ ଅଖଡା ମଠ ଉଚ୍ଛେଦ ସ୍ଥଳରେ ବି ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାମ । ଆଗକୁ ମଙ୍ଗୁମଠର ଉଚ୍ଛେଦ ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରୁଛି ।

Share

Leave a Reply

Your email address will not be published. Required fields are marked *

4 + 2 =