ଚନ୍ଦନ ଯାତ୍ରା ପାଇଁ ୧୪୪ ଧାରା,୬ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌

ଭୁବନେଶ୍ବର: ଆସନ୍ତାକାଲି ଅକ୍ଷୟ ତୃତୀୟା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଓ ରଥ କାଠ ଅନକୂଳ ହେବ । କୋରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଆସନ୍ତା କାଲି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି କରାଯିବ ।ସେହିପରି ୬ଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ରହିବ ।

ଏଥର ଚନ୍ଦନଯାତ୍ରା ସୀମିତ ସେବାୟତରେ କୋଭିଡ୍‌ କଟକଣାରେ ହେବ । ଏସଓପି ଅନୁସାରେ କେବଳ ପାସ୍‌ଥିବା ସେବାୟତ ଓ କର୍ମଚାରୀଙ୍କୁ ଅନୁମତି ଦିଆଯିବ । ସେପଟେ ଚନ୍ଦନଯାତ୍ରା ପାଇଁ ନନ୍ଦା, ଭଦ୍ରା, ଧନ୍ବନ୍ତରୀ ଚାପଡ଼ଙ୍ଗାରେ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଚନ୍ଦନଯାତ୍ରା ସୀମିତ ସେବାୟତରେ କୋଭିଡ୍‌ କଟକଣାରେ ହେବ  ।

ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି କଟକଣା ପାଳନ ପାଇଁ ୬ଟି ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଜଣେ ଅତିରିକ୍ତ ଏସପିଙ୍କ ସହ ୬ ଡିଏସପି. ୮ ଇନସପେକ୍ଟର, ୫୦ କନେଷ୍ଟବଳ, ୮ ପ୍ଲାଟୁନ ଫୋର୍ସ, ୮୦ ହୋମଗାର୍ଡ, ୨୮ ଏଏସଆଇ ଓ ଏସଆଇ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ବୋଲି ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − 8 =