ବରଗଡରେ ବର୍ଷିଲେ ରାହୁଲ

ଓଡିଶା ଗସ୍ତରେ ଆସି ବରଗଡ ସରସରା ଗାଁରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।
ସମାବେଶରେ ନିଜର ଅଭିଭାଷଣ ଦେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି ନବୀନ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ତାହା ପୂରଣ କରିପାରିନାହାନ୍ତି । ଛତିଶଗଡ ସରକାର ଚାଷୀମାନଙ୍କ ଯେଉଁ ସବୁ ସୁବିଧାମାନ କରିଛନ୍ତି ତାହା ଦେଖିବାକୁ ସେ କହିଛନ୍ତି ।
କଂଗ୍ରେସ କ୍ଷମତାକୁ ଆସିଲେ ପିଲାମାନଙ୍କର ପଢା ଖର୍ଚ୍ଚ କମାଇବା ପାଇଁ ରାହୁଲ ଘୋଷଣା କରିଛନ୍ତି ।

ତେବେ ରାହୁଲ ଗାନ୍ଧି ଚିରାଚରିତ ଢଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କରି କେବଳ ଚୌକିଦାର କହି ରହିଯାଇଛନ୍ତି । ବାକ୍ୟ ପୂରା କରିନାହାଁନ୍ତି । ସୂଚନାଯୋଗ୍ୟ ଯେ, ସେ ସବୁବେଳେ ମୋଦିଙ୍କୁ ଟାର୍ଗେଟ୍ କରି ଚୌକିଦାର ଚୋର୍ ହୈ କହିଥାନ୍ତି । ଏହାକୁ ନେଇ ମୁମ୍ବାଇରେ ଚୌକିଦାର ସଂଘ ତାଙ୍କ ବିରୋଧରେ ଥାନାରେ ଏତଲା ରୁଜୁ କରିବା ନେଇ ଚେତାବନୀ ଦେଇଛି । ସେଥିପାଇଁ ରାହୁଲ କେବଳ ଚୌକିଦାର କହି ରହିଯାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − three =