ଇସ୍ରୋର ବୈଜ୍ଞାନିକଙ୍କ ପାଇଁ ସଙ୍ଗୀତ,ଦେଖନ୍ତୁ ଭିଡିଓ …

ଇସ୍ରୋର ବୈଜ୍ଞାନିକଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରି ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଏକ ସଙ୍ଗୀତ ଉତ୍ସର୍ଗ କରାଯାଇଛି। ଏହି ଗୀତ ଚନ୍ଦ୍ରଯାନ-୨ ସହ ଜଡିତ ସମସ୍ତ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଗୀତର ବୋଲ ରହିଛି ତ୍ରିରଙ୍ଗା ଲେହରାଏଙ୍ଗେ। ଏହି ଗୀତକୁ ଚନ୍ଦ୍ରଯାନ-୨ର ଆନ୍ଥେମ କୁହା ଯାଉଛି। ଏହାକୁ ଶ୍ରୀକାନ୍ତ ସୁରଫିରା ବ୍ୟାଣ୍ଡ ପ୍ରସ୍ତୁତ କରିଛନ୍ତି। ଏହି ଗୀତରେ ଦେଶଭକ୍ତିର ରଙ୍ଗ ଦେଖିବାକୁ ମିଳିଛି। ଭିଡିଓରେ ପ୍ରସିଦ୍ଧ ଗାୟକ କୈଳାଶ ଖେରଙ୍କର ଏକ ଝଲକ ଦେଖିବାକୁ ମିଳିଛି।

ସେପ୍ଟେମ୍ବର ୭ରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା। କିନ୍ତୁ ଚନ୍ଦ୍ରପୃଷ୍ଠର ୨.୧କିମି ଦୂରରୁ ଏହା କେଉଁ ଆଡେ ଅଦୃଶ୍ୟ ହୋଇ ଯାଇଥିଲା ଏବଂ ଏହା ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

2 × 1 =