ରାଜ୍ୟସଭାର ଉପସଭାପତି ରୂପେ ହରିବଂଶ ନାରାୟଣ ସିଂହ ନିର୍ବାଚିତ

ଭୁବନେଶ୍ୱର,(ନିପ୍ର): ଆଜି ରାଜ୍ୟସଭାର ଉପସଭାପତି ଭାବେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟୀ ହୋଇଛନ୍ତି । ଏହି ଶକ୍ତି ପରୀକ୍ଷାରେ ଏନଡିଏ ପ୍ରାର୍ଥୀ ତଥା ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂହ ମେଣ୍ଟ ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ୨୦ଟି ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ରାଜ୍ୟସଭାର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଏହି ନିର୍ବାଚନରେ ହରିବଂଶଙ୍କୁ ୧୨୫ଟି ଭୋଟି ମିଳିଥିବା ବେଳେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ ମିଳିଥିଲା । ତାଙ୍କୁ ବିଜୟୀ ହେବା ପାଇଁ ୧୧୯ଟି ଭୋଟ ଆବଶ୍ୟକ ଥିବା ବେଳେ ସେ ୧୨୫ଟି ଭୋଟ ପାଇଛନ୍ତି । ହରିବଂଶଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ତେବେ ବିଜୁ ଜନତା ଦଳ ହରିବଂଶଙ୍କ ସପକ୍ଷରେ ଭୋଟ ଦେଇଥିବା ଜଣାପଡିଛି ।

ହରିବଂଶ ବିଜୟୀ ହେବା ପରେ ତାଙ୍କୁ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।  ଜଣେ ସମ୍ବାଦିକ ତଥା ସାମାଜିକ କାର୍ଯ୍ୟକର୍ତା ଭାବେ ହରିବଂଶ ଦେଶର ନାମକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ଆଜାଦ କହିଛନ୍ତି । ଏହା ସହ ସେ ଜଣେ ସମ୍ବାଦିକ ହୋଇଥିବାରୁ ଗଣମାଧ୍ୟମରେ ସଂସଦର କାର୍ଯ୍ୟକ୍ରମ ଅଧିକ ପ୍ରସାରଣ କରାଯିବ ବେଲି ସେ ଆଶା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 + 11 =