ଦକ୍ଷତାର ପ୍ରମାଣ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କ୍ରିଷନ କୁମାର

ଭୁବନେଶ୍ବର()  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରଚେଷ୍ଟା, ନିଷ୍ଠା ଏବଂ ପୁଲିସ, ଜିଲ୍ଲା ପ୍ରଶାସନ ଓ ସେବାୟତମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗରେ ମହାପ୍ରଭୁଙ୍କ ରଥାରୂଢ ଠାରୁ ଆଡ଼ପ ମଣ୍ଡପ ବିଜେ କାର୍ଯ୍ୟ ଅତ୍ୟନ୍ତ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ ହୋଇପାରିଛି । ପ୍ରଥମେ ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିନଥିଲେ । ସେ ସମୟରେ ନିନ୍ଦା ଅପବାଦ  କ୍ରିଷନ କୁମାରଙ୍କ ପାଇଁ ବର୍ତ୍ତମାନ ପ୍ରଶଂସାର ପୁଷ୍ପରେ ପରିଣତ ହୋଇଛି ।

ଜଗନ୍ନାଥ ନିଜ ଭକ୍ତକୁ କେବେ ନିରାଶ କରିନଥିବା ଅନେକ କଥା ପୂର୍ବରୁ ଶୁଣିବାକୁ ମିଳେ । କିନ୍ତୁ ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଚଳିତ ବର୍ଷର ରଥଯାତ୍ରା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କ୍ରିଷନ କୁମାରଙ୍କ ଏନେଇ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ତାଙ୍କର ଜଗନ୍ନାଥ ଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ ଓ ଶ୍ରଦ୍ଧାର ଜୟ ହୋଇଛି । ଚଳିତ ବର୍ଷ ଅନିଶ୍ଚିତତା ଭିତରେ ଥିବା ରଥଯାତ୍ରା ଶେଷରେ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଅନୁମତି ମିଳିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟର ୪ଦିନ ପୂର୍ବରୁ ସରକାରଙ୍କ ଦ୍ୱାରା ଜାରି ସମସ୍ତ କୋଭିଡ ନିୟମ ପାଳନ କରି ରଥ ନିର୍ମାଣ କାର୍ଯ୍ୟ ଶେଷ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କ୍ରିଷନ କୁମାର ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ ଦାୟିତ୍ୱକୁ ସେ ନିଷ୍ଠାର ସହ ପାଳନ କରି ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । କାହିଁକି ନା ସବୁପ୍ରକାରର ପ୍ରତିକୂଳ ପରିସ୍ଥିତିକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରା ସମ୍ପନ୍ନ କରି ପାରିଛନ୍ତି ।

ଚଳିତ ବର୍ଷ ରଥଯାତ୍ରା କୋଭିଡ କଟକଣା ପାଇଁ ଅନିଶ୍ଚିତତା ଭିତରେ ଗତି କରୁଥିବା ବେଳେ ଜଗନ୍ନାଥଙ୍କ ଠାରୁ ନିଜ ଆସ୍ଥା ଓ ବିଶ୍ୱାସ ତୁଟାଇ ନଥିଲେ ଶ୍ରୀମନ୍ଦିର ପ୍ରଶାସକ  କ୍ରିଷନ କୁମାର । ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଅନୁମତି ମିଳିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ରଥ କାର୍ଯ୍ୟ । ସରକାରୀ ନିୟମ ଅନୁଯାୟୀ ସେବକମାନଙ୍କର କୋଭିଡ୍ ଟେଷ୍ଟ କାର୍ଯ୍ୟ କରାଇବା, ସେମାନଙ୍କ ରହିବାରେ ସୁବିଧା ଅସୁବିଧା କଥା ସେ ନିଜେ ବୁଝୁଥିଲେ । ରଥ ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ଅଧାରାତିରେ ସେ ରଥଖଳାର ପରିଦର୍ଶନ କରୁଥିଲେ । ସେହିପରି ଗଜପତି ମହାରାଜାଙ୍କଠାରୁ ଆରମ୍ଭ କରି ପରିଚାଳନା କମିଟି ସଦସ୍ୟ, ସେବାୟତମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସେ ସମସ୍ତ କାମ ସୁରୁଖୁରୁରେ କରିପାରିଛନ୍ତି । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କ୍ରିଷନ କୁମାରଙ୍କୁ ସବୁଆଡେ ପ୍ରଶଂସା କରାଯାଉଛି ।

ରଥ ନିର୍ମାଣ ଆରମ୍ଭ ଦିନୁ ନିଜେ ପୁରୀରେ ଅଧିକାଂଶ ସମୟ ଉପସ୍ଥିତ ରହି ଏହାର ପ୍ରତେକ କାର୍ଯ୍ୟକୁ ତଦାରଖ କରିବା ସହ ସୂଚାରୂ ଭାବେ ଶେଷ କରିବାକୁ ଅକ୍ଲାନ୍ତ ଉଦ୍ୟମ କରିଥିଲେ ଜଗନ୍ନାଥ ପ୍ରେମୀ ଭାବେ ଜଣାଶୁଣା  କ୍ରିଷନ କୁମାର । କେବଳ ରଥ ନିର୍ମାଣ ନୁହେଁ ସେବାୟତମାନଙ୍କ ସହ ବାରମ୍ବାର ଆଲୋଚନା କରି ରଥଯାତ୍ରାର ନୀତିକାନ୍ତିର ପ୍ରସ୍ତୁତି ଏବଂ ରଥଯାତ୍ରାର ସମ୍ପୂର୍ଣ୍ଣ ରୋଡ ମ୍ୟାପ ପ୍ରସ୍ତୁତ କରିଥିଲେ କ୍ରିଷ୍ଣ କୁମାର । ଶରଧା ବାଲିରେ ରଥ ପହଞ୍ଚିଲା ପରେ ଉତ୍ସାହିତ ସେବାୟତମାନେ ସମବେତ ସ୍ୱରରେ ଶ୍ରୀଜଗନ୍ନାଥଙ୍କ ଗୀତଗୋବିନ୍ଦ ଗାନ କଲା ବେଳେ ଡ. କୁମାର ସେମାନଙ୍କ ସାଙ୍ଗରେ ହାତଯୋଡି ଭାବପୂର୍ଣ୍ଣ ଭାବେ ଗୀତ ଗୋବିନ୍ଦ ଗାନ କରି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇପଡ଼ିଥିଲେ । ଏହି ଅବସରରେ ସେବାୟତଙ୍କୁ ତୃତୀୟ କିସ୍ତି ୫ ହଜାର ଟଙ୍କା ଦେବାକୁ ମଧ୍ୟ ଘୋଷଣା କରିଥିଲେ । ନିଜର ନମ୍ର ସ୍ଵଭାଵ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର ଏବଂ ସେବାୟତମାନଙ୍କୁ ରଥଯାତ୍ରାର ସଫଳ ଆୟୋଜନର ଶ୍ରେୟ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Share

Leave a Reply

Your email address will not be published. Required fields are marked *

three × 2 =