୧୦ ଦିନ ବିଜେଡିର ଆନ୍ଦୋଳନ ସ୍ଥଗିତ: ଏଲପିଜି ଉପରେ ଦର ହ୍ରାସ କରିବାକୁ ବିଜେଡିର ଦାବି

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ ପନ୍ଥା ଆପଣାଇଥିବା ବିଜେଡି ଗୁରୁବାର ଦିନ ରନ୍ଧନ ଗ୍ୟାସ ଦର ହ୍ରାସ ପାଇଁ ଦାବି କରିଛି । ଏଥିପାଇଁ ବିଜେଡି ପକ୍ଷରୁ ୧୦ ଦିନିଆ ଡେଡ୍ ଲାଇନ୍ ଦିଆଯାଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ବିଜେଡି ପକ୍ଷରୁ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏ ନେଇ ଏକ ସାମ୍ବାଦୀକ ସମ୍ମିଳନୀ କରିଛନ୍ତି । ଏଥିରେ ସେ କହିଛନ୍ତି,  ‘ଦୀର୍ଘ ଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି। ବିଜେଡି ଆନ୍ଦୋଳନ ତୀବ୍ର ହେବାରୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଦର ହ୍ରାସରେ ୩୩ ପ୍ରତିଶତ ଓଡ଼ିଶା ସରକାର ବହନ କରୁଛନ୍ତି। ପେଟ୍ରଲରେ ୩.୩୦ ଟଙ୍କା ଓ ଡିଜେଲରେ ୧.୬୫ ଟଙ୍କା ରାଜ୍ୟ ଭାଗ ରହିଛି।  ଏହି ହିସାବ ବାଦ VAT ହ୍ରାସ ହୋଇଛି।   ଯାହାକି ଗରିବଙ୍କ ପାଇଁ ଦୀପାବଳିରେ ଏକ ବଡ଼ ଖୁସି ଖବର। ଓଡ଼ିଶା ସରକାର ପେଟ୍ରୋଲରେ ୬.୩୦ ଟଙ୍କା ଓ ଡିଜେଲରେ ୪.୬୫ ଟଙ୍କା କମାଇଛନ୍ତି। ଏହି ଦର ହ୍ରାସ ପରେ ରାଜ୍ୟର ୨ ହଜାର କୋଟି ଟଙ୍କା କ୍ଷତି ହେବ । କିନ୍ତୁ ଖୁସିର କଥା ଯେ ସାରା ଦେଶରେ ତେଲ ଦର ଓଡ଼ିଶାରେ ସବୁଠାରୁ କମ।  ହେଲେ ଦୁର୍ଭାଗ୍ୟଜନକ କେନ୍ଦ୍ର ଯେଉଁ ସେସ ଆଦାୟ କରୁଛି, ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଭାଗ ହେବା କଥା ବା ଉଛେଦ ହେବା କଥା। ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ। କେନ୍ଦ୍ର ସରକାର LPG ଦର ଉପରୁ  ଏକ୍ସାଇଜ ଓ ଅନ୍ୟ ଟ୍ୟାକ୍ସକୁ ତୁରନ୍ତ ହ୍ରାସ କରନ୍ତୁ।’

ବ୍ୟୋମକେଶ ଧମକ ଦେଇ କହିଛନ୍ତି ଯେ, ଦରଦାମ ବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ଆନ୍ଦୋଳନ ଆସନ୍ତାକାଲିଠାରୁ ୧୦ ଦିନ ପାଇଁ ସ୍ଥଗିତ ରହିଛି। ଏହି ୧୦ ଦିନ ଭିତରେ LPG ରେଟ ଯଦି କେନ୍ଦ୍ର ସରକାର ହ୍ରାସ ନ କରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ। ପଞ୍ଚାୟତ ଯାଏ ଚାଲି କେନ୍ଦ୍ର ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ।

Share

Leave a Reply

Your email address will not be published. Required fields are marked *

11 + 13 =