୪ ଡିସେମ୍ବର ଯାଏଁ ଜେଲରେ ରହିବେ ଭାରତୀ ସିଂ

ମୁମ୍ବାଇ() ମନୋରଞ୍ଜନ ଜଗତରେ ଡ୍ରଗ୍ସକୁ ନେଇ ଦିନକୁ ଦିନ ବଡ ବଡ ଖୁଲାସା ହେଉଛି । ଏହି ମାମଲାରେ ଗତକାଲି କମେଡି କ୍ୱିନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ କରିଥିଲା ଏନସିବି । ଆଜି କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଭାରତୀ ସିଂ । ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବୋଚିଆ ମଧ୍ୟ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି । ୪ ଡିସେମ୍ବର ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ ।

ତେବେ ଜାମିନ ପାଇଁ ଭାରତୀ ଓ ହର୍ଷ ଉଭୟ କୋର୍ଟରେ ଆବେଦନ କରିଛନ୍ତି । ଆସନ୍ତାକାଲି ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ, ଏନ‌ସିବି ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ରେଡ୍ କରିଥିଲା । ଚଢ଼ାଉ ବେଳେ ଭାରତୀଙ୍କ ଘରୁ ଗଞ୍ଜେଇ ସହିତ କିଛି ମାଦକ ଦ୍ରବ୍ୟ ଜବତ ହୋଇଥିଲା। ଏହାପରେ ଦୁଇଜଣଙ୍କୁ ପଚରାଉଚରା ପାଇଁ ଅଫିସ୍‌ ଡକାଯାଇଥିଲା । କିଛି ଦିନ ତଳେ ଜଣେ ଡ୍ରଗ୍ସ ପେଡଲରଙ୍କୁ ପଚରାଉଚରା ବେଳେ ଭାରତୀ ସିଂଙ୍କ ନାଁ ସାମ୍ନାକୁ ଆସିଥିଲା।

Share

Leave a Reply

Your email address will not be published. Required fields are marked *

10 + eight =