ପାରାଦୀପରେ ଉଦଘାଟିତ ହେଲା ପିଏଡ଼ିସି

ପାରାଦୀପ() ଆଜି ପାରାଦୀପରେ ଉଦଘାଟିତ ହୋଇଛି ଇଣ୍ଡିଆନ ଅଏଲର ପିଏଡ଼ିସି(ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର) । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନ ୧୧ଟାରେ ଭର୍ଚୁଆଲ ଉତ୍ସବରେ ଉଦଘାଟିତ ହୋଇଛି ୪୩ କୋଟିର ପ୍ରକଳ୍ପ । ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ ୟୁନିଟ ପାଇଁ ବି ସହାୟକ ହେବ ଏହି ପ୍ରକଳ୍ପ । ପଲିଷ୍ଟର ସୂତା ଓ କପଡ଼ା ପାଇଁ ବୈଷୟିକ କେନ୍ଦ୍ର ଭାବରେ ଏହା କାର୍ଯ୍ୟ କରିବ । ବିଭିନ୍ନ ଗବେଷଣା ଓ ବିକାଶ ଅନୁଷ୍ଠାନ ପାଇଁ ମଧ୍ୟ ସହାୟକ ହେବ ପିଏଡ଼ିସି । ଆଇସିଟି, ସିପେଟ ଓ ଏନସିଏଲ ଅନୁଷ୍ଠାନକୁ ସହଯୋଗ କରିବ ଏହି କେନ୍ଦ୍ର । ୫ଏକର ଜମି ଓ ୩୩୩୪ ବର୍ଗମିଟର କ୍ଷେତ୍ରରେ ପ୍ରତିଷ୍ଠା କେନ୍ଦ୍ର ହୋଇଛି । ଏହି କେନ୍ଦ୍ର ଦେଶରେ ଷଷ୍ଠ ଓ ପୂର୍ବ ଭାରତର ଦ୍ୱିତୀୟ ପ୍ରକଳ୍ପ ।

Share

Leave a Reply

Your email address will not be published. Required fields are marked *

4 × one =