ରାଜସ୍ଥାନ ପରେ ମହାରାଷ୍ଟ୍ରରେ କରୋନିଲ ବ୍ୟାନ

ମହାରାଷ୍ଟ୍ର() ରାମଦେବଙ୍କ ପାଇଁ ଧିରେ ଧିରେ ଅଡ଼ୁଆ ବଢ଼ିବାରେ ଲାଗିଛି । ରାଜସ୍ଥାନ ପରେ ମହାରାଷ୍ଟ୍ରରେ ବି ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନା ଔଷଧ କରୋନିଲ ବ୍ୟାନ ହୋଇଛି । ଆୟୁଷ ମନ୍ତ୍ରାଳୟ ମଧ୍ୟ ଏହି ଔଷଧ ଉପରେ ଆପତ୍ତି କରିସାରିଛି । ଏହି ଔଷଧ ଉପରେ କୌଣସି କ୍ଲିନିକାଲ ଟ୍ରାଏଲର ସୂଚନା ମିଳିପାରି ନଥିବାରୁ ମହାରାଷ୍ଟ୍ରରେ ଏହି ଔଷଧ ବ୍ୟାନ ହୋଇଛି । ଗତ ୨୩ତାରିଖ ଦିନ କରୋନାର ଫଳପ୍ରଦ ଔଷଧ କରୋନିଲ ବୋଲି ଦାବି କରିଥିଲା ପତଞ୍ଜଳି ।
ତେବେ ପତଞ୍ଜଳି ଆୟୁର୍ବେଦ ଦ୍ୱାରା କରୋନା ଔଷଧ ପ୍ରସ୍ତୁତ ପ୍ରସଙ୍ଗରେ ବିଜ୍ଞାପନରେ ଦାବିର ସତ୍ୟତା ଜାରି ନଥିବା ସ୍ପଷ୍ଟ କରିଛି ଆୟୁଷ ମନ୍ତ୍ରାଳୟ । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ ତଲବ କରିଛି ବିଭାଗ । ଏହାସହ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଔଷଧର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପର୍ଯ୍ୟନ୍ତ ଔଷଧର ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ଉଲ୍ଲେଖଯୋଗ୍ୟ ଯେ କରୋନା ମୁକାବିଲା କରିବା ପାଇଁ ଉଭୟ ଚିକିତ୍ସା ଓ ପ୍ରତିଷେଧକ ଔଷଧ କରୋନିଲ ପ୍ରସ୍ତୁତ କରିଛି ପତଞ୍ଜଳି ।

Share

Leave a Reply

Your email address will not be published. Required fields are marked *

five × 1 =