ଏସ୍ସିବିରେ ଚିକିତ୍ସିତ ହେବେ ଜଗା କାଳିଆ

ଭୁବନେଶ୍ବର()  ଭୁବନେଶ୍ବର ଏମ୍ସ ମନାକରିବା ପରେ ଜଗା କାଳିଆ ଏସସିବିରେ ଚିକିତ୍ସିତ ହେବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଜଗା କାଳିଆଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି ।

ଦିଲ୍ଲୀ ଏମ୍ସରେ ଦୀର୍ଘ ୨ ବର୍ଷ ଧରି ଦିଲ୍ଲୀ ଏମସ୍ରେ ଭର୍ତ୍ତି ହେବା ପରେ ଜଗା-ବଳିଆଙ୍କୁ ଭୁବନେଶ୍ୱର ଏମସ୍କୁ ସ୍ଥାନ୍ତାନ୍ତର କରିବା ପାଇଁ ଯୋଜନା ଥିଲା । ଉଭୟଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ମନା କରିଦେଇଛି । ତେଣୁ ରାଜ୍ୟ ସରକାର ଜଗା-ବଳିଆଙ୍କ ଚିକିତ୍ସା ଏସସିସିବିରେ କରାଇବା ପାଇଁ ସ୍ଥିର କରିଛନ୍ତି । ଆଉ ଏଥିପାଇଁ ଏସସିବି ଡାକ୍ତରଙ୍କ ସହ ସମସ୍ତ ଆଲୋଚନା ହୋଇସାରିଛି ।

ଜଗା-ବଳିଆଙ୍କ ଚିକିତ୍ସା ଓଡ଼ିଶାରେ ସମ୍ଭବରପର ନଥିଲା । ଦିଲ୍ଲୀର ଏମ୍ସ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ଭୁବନେଶ୍ୱର ଏମ୍ସରେ ଉଭୟଙ୍କର ଚିକିତ୍ସା ହେଉ । କିନ୍ତୁ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏମ୍ସ, ସିଧାସଳଖ ଜଗାବଳିଆଙ୍କ ଚିକିତ୍ସା କରିବା ପାଇଁ ମନାକରିଦେଲା ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସାହାଯ୍ୟ ନକଲେ ମଧ୍ୟ ଉଭୟଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ପୁରା ପ୍ରସ୍ତୁତ । ତେବେ ଉଭୟେ କେବେ ଓଡ଼ିଶା ଫେରିବେ ତାହାର କୌଣସି ସ୍ୱଷ୍ଟ ସୂଚନା ଦେଇନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

4 − three =