ବଦଳିଲେ 9 ଜିଲ୍ଲାର ଏସପି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୟିତ୍ବରେ ଆଷିସ ସିଂହ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଭିତ୍ତିକରି ରାଜ୍ୟ ସରକାର ଆଜି ଆଇପିଏ ଅଫିରସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଆଇପିଏସ ଓ ଏସପି ପାହ୍ୟାରେ ଏହି ବଦଳି ହୋଇଛି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଗୁଇନ୍ଦା ନିର୍ଦ୍ଦେଶକ ସୁନିଲ ରାଏଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ସହ ଗୁଇନ୍ଦା ବିଭାଗର ସ୍ବତନ୍ତ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପରିବହନ କମିଶନର ସଂଜୀବ ପଣ୍ଡାଙ୍କୁ ଡିଜି ଆଇନଶୃଙ୍ଖଳା, ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହଙ୍କୁ ଗୁଇନ୍ଦା ବିଭାଗର ଡିଆଇଜି ଓ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ, ଗୃହ ବିଭାଗ ସହ ଆଟାଚ ହୋଇଥିବା ବିନୟା ନନ୍ଦ ଝାଙ୍କୁ ଓଏଚଆରସି ନିର୍ଦ୍ଦେଶକ, ଆଇଜି ଆଇନ ଶୃଙ୍ଖଳା ଅମିତାଭ ଠାକୁରଙ୍କୁ ଆଇଜି ସ୍ବତନ୍ତ୍ର ସଶସ୍ତ୍ର ବାହିନି, ଏଚଆରପିସିର ଅତିରିକ୍ତ ଡିଜି ତଦନ୍ତ ସିର୍ଦ୍ଧାର୍ଥ ଏମ. ନରୱାଣେଙ୍କୁ ଏଚଆରପିସି ଅତିରିକ୍ତ ଡିଜି ଭାବେ ଅବସ୍ଥାପିତ କରାଯାଇଛି ।

ଅତିରିକ୍ତ ଡିଜି ଏରଆରପିସି ମହେନ୍ଦ୍ର ପ୍ରତାପଙ୍କୁ ଜେଲ ବିଭାଗ ଏଡିଜି, କ୍ରାଇମବ୍ରାଞ୍ଚ ଡିଆଇଜି ଏସ୍.ସାଇନିଙ୍କୁ ପଦୋନ୍ନତି ସହ ଆଇଜି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ, ଡିଆଇଜି ସ୍ବତନ୍ତ୍ର ସଶସ୍ତ୍ର ବାହିନି ହିମାଂଶୁ ଲାଲଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ସ୍ବତନ୍ତ୍ର ଟାକ୍ସ ଫୋର୍ସ ଆଇଜି ଯତୀନ୍ଦ୍ର କୋଏଲଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି ।

ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କୁ  ରାଉରକେଲା ଏସପି ଭାବେ ବଦଳି କରାଯାଇଥିବା ବେଳେ ରାଉଲକେଲା ଏସପି ଉମାଶଙ୍କର ଦାଶଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି  । ବିଜୁ ପଟ୍ଟନାୟକ ପୋଲିସ ଏକାଡେମିର ଏସପି ସାରା ଶର୍ମାଙ୍କୁ ଗଜପତି ଏସପି ଭାବେ, ଦେବଗଡ ଏସପି ଅନୁପମା ଜେମସଙ୍କୁ ଢ଼େଙ୍କାନାଳ ଏସପି ଭାବେ, ରାୟଗଡା ଏସପି ରାହୁଲ ପି.ଆରଙ୍କୁ କ୍ରାଇବ୍ରାଞ୍ଚ ଏସପି ଭାବେ, ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମାଙ୍କୁ ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ଆଜି ଭାବେ, ପାନପୋସ ଏସଡିପିଓ ପଦ୍ମିନୀ ସାହୁଙ୍କୁ ହଡକ୍ବାଟର ଡିସିପି ଭାବେ, ଏସଡିପିଓ ବଡବିଲି ରାହୁଲ ଜୈନଙ୍କୁ ଦେବଗଡ଼ ଏସପି ଭାବେ, ମାଲକାନଗିରି ଏଡିପିଓ ସର୍ଭଣା ବିବେକଙ୍କୁ ରାୟଗଡା ଏସପି ଭାବେ, ବାଲିଗୁଡା ଏସଡିପିଓ କୁଶାଲକର ନିତିନ ଡିଗୁଡୁଙ୍କୁ ନବରଙ୍ଗପୁର ଏସପି ଭାବେ, ରାଜ୍ୟପାଳଙ୍କ ଏଡିସି ଥିବା ପ୍ରତ୍ୟୁଷ ଦିବାକରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଛି ।

ଏଥିସହିତ କଟକ ଗ୍ରାମାଞ୍ଚଳ ଏସପି ମାଧବ ଚନ୍ଦ୍ର ସାହୁଙ୍କୁ ଅତିରିକ୍ତ ଆଇଜି ପର୍ସୋନେଲ ଭାବେ, ଅତିରିକ୍ତ ଆଜି ପର୍ସୋନେଲ କେ.କେ. ଡୋଙ୍ଗାୟତଙ୍କୁ ଏସଆରପି କଟକକୁ, ଗଜପତି ଏସପି ଦାୟିତ୍ବରେ ଥିବା ଅମୂଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଏସପି ଭାବେ, ଖୋର୍ଦ୍ଧା ଏସପି ଦୀପ୍ତି ରଂଜନ ରାୟଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ, ଢେଙ୍କାନାଳ ଏସପି ଦାୟିତ୍ବରେ ଥିବା ସନ୍ତୋଷ କୁମାର ନାୟକଙ୍କୁ ଏସପି ଏସଆଇଡବ୍ଲୁ ଭାବେ, କ୍ରାଇମବ୍ରାଞ୍ଚ ଏସପି ରାଧା ବିନୋଦ ପାଣିଗ୍ରାହୀଙ୍କୁ କଟକ ଏସପି ଭାବେ ବଦଳି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

12 − 3 =