ବିରାଟଙ୍କ ସ୍କାର୍ଡରେ ନାହାନ୍ତି ରୋହିତ

ନୂଆଦିଲ୍ଲୀ()  ଶନିବାର ଫ୍ଲୋରିଡାରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ପୂର୍ବରୁ ବିରାଟ୍ ଟ୍ୱିଟରରେ ନିଜର ଟିମର କିଛି ସାଥି ଖେଳାଳିଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ‘ସ୍କ୍ୱାଡ’। ଆଜି ଅଧିନାୟକ ବିରାଟ କୋହଲି ଏକ ଟ୍ୱିଟକୁ ନେଇ ବଢୁଛି ବିବାଦ । କାରଣ ବିରାଟ ଏହି ଟ୍ୱିଟରେ ‘ସ୍କାର୍ଡ ୧୦୦’ ଲେଖି ଏକ ଫଟୋ ପୋଷ୍ଟ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଚୟନ ହୋଇଥିବା ଟିମର ପ୍ରମୁଖ ଖେଳାଳୀମାନେ ଏହି ଫଟୋରେ ନଜର ଆସିଛନ୍ତି । କିନ୍ତୁ ବିବାଦ ଏଥିପାଇଁ ବଢିଛି, କାରଣ ଏହି ଫଟୋରେ ଚଳିତ ବିଶ୍ୱକପର ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତଙ୍କୁ ଦେଖିବାକୁ ମିଳିନାହିଁ ।

ଏହି ଫଟୋରେ ରବୀନ୍ଦ୍ର ଜାଡେଜା, ନଭଦୀପ ସାଇନି, ଖଲୀଲ ଅହମ୍ମଦ, ଶ୍ରେୟସ୍ ଆୟର୍, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଲୋକେଶ ରାହୁଲଙ୍କୁ ଦେଖିବାକୁ ମିଳିଛି। ତେବେ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଏହି ଫ୍ରେମରୁ ଗାଏବ୍ ଅଛନ୍ତି। ଏହି ଫଟୋରେ ହିଟମ୍ୟାନ୍ ରୋହିତଙ୍କୁ ନ ଦେଖି ପ୍ରଶଂସକ ଆଶ୍ଚର୍ୟ୍ୟଚକିତ ହୋଇଛନ୍ତି। ଏହି ଫଟୋରେ ରୋହିତଙ୍କ ଅନୁପସ୍ଥିତି ନେଇ ପ୍ରଶଂସକ ପ୍ରଶ୍ନ କରିଛନ୍ତି ଯେ, ରୋହିତ୍ କୁଆଡେ ଗଲେ।

ସୂଚନାଯୋଗ୍ୟ, ବିଶ୍ୱକପ୍ ସେମିଫାଇନାଲରେ ଭାରତ ହାରିବା ପରେ ବିରାଟ୍ ଓ ରୋହିତଙ୍କ ମଧ୍ୟରେ ମତଭେଦ ଥିବା ଖବର ଆସିଥିଲା। ରୋହିତ୍ ନିଜର ଇନଷ୍ଟାଗ୍ରାମରେ କୋହଲିଙ୍କୁ ଫଲୋ କରୁନାହାନ୍ତି। ଏପରିକି ନିକଟରେ ରୋହିତ୍ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଅନଫଲୋ କରିଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

8 + eight =