ଆଉକିଛି ସମୟ ପରେ ଏସିଏସଙ୍କ ବଡ ଘୋଷଣା

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ୩୦ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା | ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବା ଏସିଏସ୍ କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି । କରୋନା କଟକଣା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି |

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୬୮୧ଟି ପଜିଟିଭ୍ କେସ୍ ବାହାରିଥିବା ବେଳେ ୧୪ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ରାଜ୍ୟରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ଥିଲେ ମଧ୍ୟ କେତେବେଳେ ସଂକ୍ରମଣ ବୃଦ୍ଧି ପାଉଛି ତ କେତେବେଳେ ସଂକ୍ରମଣ କମିବାରେ ଲାଗିଛି । ସେହିଭଳି କିଛି ଅମାନିଆ କୋଭିଡ ଗାଇଡଲାଇନ୍ ପାଳନ କରୁନାହାଁନ୍ତି । ଫଳରେ ସଂକ୍ରମଣ ବ୍ୟାପୁଥିବା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

13 + 10 =