ସାହି ଏକ୍ସପୋର୍ଟସ ଓ କେଏମଆଇଟି ଦାରିଦ୍ର୍ୟ, ମାନବ ଚାଲାଣର ବିପଦରେ ଥିବା ମହିଳାମାନଙ୍କୁ ସହାୟତା କରିବା ପାଇଁ ସହଭାଗୀତା ସ୍ଥାପନ କରିଛନ୍ତି

  • ସାହି ଏକ୍ସପୋର୍ଟସ୍ ଆଣ୍ଡ ନୋ ମି ଇଣ୍ଡିଆ ଟ୍ରଷ୍ଟ (କେଏମଆଇଟି) ଏକ ସହଭାଗୀତା ସମ୍ପର୍କରେ ଘୋଷଣା କରିଛନ୍ତି ଯାହାକି ଭାରତରେ ଦୁର୍ବଳ ବିପଦଗ୍ରସ୍ତ ମହିଳାମାନଙ୍କୁ ସଶକ୍ତ କରିବ
  • ଏହି ସହଭାଗୀତା ଅନ୍ତର୍ଗତ, ସାହି କେଏମଆଇଟି ସାମାଜିକ ଆର୍ଥିକ ଦୁର୍ବଳ ବିପଦଗ୍ରସ୍ତ ମହିଳାମାନଙ୍କୁ ଜୀବନ ଦକ୍ଷତା ତାଲିମ୍, ବୈଷୟିକ ଶିକ୍ଷା ନିଯୁକ୍ତି ସୁଯୋଗ ପ୍ରଦାନ କରିବ, ବିଶେଷ କରି ମାନବ ଚାଲାଣ ଶୋଷଣରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଗୁରୁତ୍ବ ପ୍ରଦାନ କରାଯିବ
  • ସହଭାଗୀତା ଏକ ଶାରୀରିକ ତାଲିମ କେନ୍ଦ୍ରର ବିକାଶ ଏବଂ ସ୍ ବିମାନ ନାମକ ଏକ କାର୍ଯ୍ୟକ୍ରମର ମଧ୍ୟ ଅନ୍ତର୍ଭୁକ୍ତ କରେ |

ଭୁବନେଶ୍ବର : ସାହି ଏକ୍ସପୋର୍ଟସ୍ ଆଣ୍ଡ ନୋ ମି ଇଣ୍ଡିଆ ଟ୍ରଷ୍ଟ (କେଏମଆଇଟି) ଆଜି ଏକ ସହଭାଗୀତା ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ସହାୟତାରେ ଦାରିଦ୍ର୍ୟ, ମାନବ ଚାଲାଣର ବିପଦରେ ଥିବା ମହିଳାମାନଙ୍କୁ ସହାୟତା କରାଯିବ। ଏହି ସହଭାଗୀତା ‘ପ୍ରୋଜେକ୍ଟ ସ୍ବାଭିମାନ’ ର କାର୍ଯ୍ୟକାରୀ କରୁଛି ଯାହାକି ଦୁର୍ବଳ ସାମାଜିକ ବର୍ଗର ମହିଳାଙ୍କୁ ଦକ୍ଷତା ତାଲିମ୍, ନିର୍ଦ୍ଦିଷ୍ଟ ସେକ୍ଟରର ତାଲିମ୍ ଓ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି ତଥା ମହିଳାମାନଙ୍କ ପାଇଁ କ୍ଷୁଦ୍ର ବ୍ୟବସାୟ ଖୋଲିବାରେ ସହାୟତା କରୁଛି, ବିଶେଷ କରି ଯେଉଁମାନେ ମାନବ ଚାଲାଣ ଓ ଶୋଷଣର ବିପଦ ରହିଛି। ଏହି ପ୍ରୋଗ୍ରାମ ମାଧ୍ୟମରେ ମହିଳାମାନଙ୍କୁ ଦିଗଦର୍ଶନ ଓ ପ୍ରୋତ୍ସାହନ ତଥା ସହାୟତା ପ୍ରଦାନ କରାଯିବ ଯେପରି ସେମାନେ ଆର୍ଥିକ ଭାବରେ ସ୍ବାବଲମ୍ବୀ ଓ ସ୍ବାଧୀନ ହୋଇପାରିବେ।

ଏହି ସହଭାଗୀତା ଉଭୟ ଅନୁଷ୍ଠାନର ମିଳିତ ଭିଜନ ଅଟେ, ଯଦ୍ବାରା ଝାରସୁଗୁଡ଼ା, ଓଡ଼ିଶାର ବିପଦଗ୍ରସ୍ତ ଓ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ମହିଳାମାନଙ୍କୁ ସ୍ଥାୟୀ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇପାରିବ। ଓଡ଼ିଶାରେ ଶୁଭାରମ୍ଭ କରାଯାଇଥିବା ଏହି ପାଇଲଟ ପ୍ରୋଗ୍ରାମ ମାଧ୍ୟମରେ ଦୁର୍ବଳ ଓ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ଗୋଷ୍ଠୀର ମହିଳା ମାନଙ୍କୁ ତାଲିମ୍ ତଥା, ଶିକ୍ଷା ପ୍ରଦାନ କରି ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି ଯେଉଁମାନଙ୍କର ସ୍ଥିର ନିଯୁକ୍ତିର ସୀମିତ ସୁଯୋଗ ରହିଛି। ଏହା ମାଧ୍ୟମରେ ସେମାନେ ଆର୍ଥିକ ଭାବରେ ସ୍ବାଧୀନ ହୋଇପାରିବେ। ଏହି ତାଲିମ କାର୍ଯ୍ୟକ୍ରମର ସମାପ୍ତି ପରେ, ଅଂଶଗ୍ରହଣକାରୀ ମାନଙ୍କୁ ସାହି ଠାରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ – ଯାହାକି ଭାରତର ରେଡିମେଡ୍ ପୋଷାକର ସର୍ବବୃହତ୍ ନିର୍ମାତା ଓ ରପ୍ତାନୀକାରୀ ଅଟେ।

ଅନନ୍ତ ଆହୁଜା, ସାହି ଏକ୍ସପୋର୍ଟର ଅର୍ଗାନାଇଜେସନାଲ୍ ଡେଭଲପମେଣ୍ଟର ମୁଖ୍ୟ, ଏହି ଅବସରରେ କହିଛନ୍ତି ଯେ, ‘‘ଆମେ ନୋ ମି ଇଣ୍ଡିଆ ଟ୍ରଷ୍ଟ ସହିତ ସହଭାଗୀତା ସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ ଯଦ୍ବାରା ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ମହିଳାମାନଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି କରାଯାଇପାରିଛି ଆମର କମ୍ପାନୀ ମହିଳାମାନଙ୍କର ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏହି ମୂଳଦୁଆ ଉପରେ ପ୍ରତିଷ୍ଠା କରାଯାଇଛି ତେଣୁ ଏହି ସହଭାଗୀତା ମାଧ୍ୟମରେ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ମିଳିବା ସହିତ ମାନବ ଚାଲାଣ ଆଧୁନିକ ଦାସତ୍ବରୁ ସେମାନେ ମୁକ୍ତ ହୋଇପାରିବେ ଏହା ସହିତ ମହିଳାମାନେ ଆର୍ଥିକ ଭାବରେ ସ୍ବାଧୀନ ହେବା ପାଇଁ ସୁଯୋଗ ପାଇପାରିବେ’’

ଭାରତରେ ପ୍ରାୟ ଆଠ ନିୟୁତ ବ୍ୟକ୍ତି ମାନବ ଚାଲାଣରେ ପୀଡ଼ିତ ହୋଇଛନ୍ତି। ବାଧ୍ୟତାମୂଳକ ଶ୍ରମ କରିବା ପାଇଁ ଚାଲାଣ କରାଯାଇଥିବା ଲୋକଙ୍କ ସଂଖ୍ୟା 20 ରୁ 65 ନିୟୁତ ମଧ୍ୟରେ ରହିଥିବା ଜଣାଯାଇଛି। ସାହି ଏକ୍ସପୋର୍ଟସ ଓ କେଏମଆଇଟି ଦ୍ବାରା ଗ୍ରହଣ କରାଯାଇଥିବା ଯୁଗ୍ମ ପଦକ୍ଷେପ ଏହି ପ୍ରସଙ୍ଗରେ ନିଶ୍ଚିତ ଭାବରେ ଉଲ୍ଲେଖନୀୟ କାରଣ ଏହା ମାଧ୍ୟମରେ ସାମାଜିକ ଦୁର୍ବଳ ବର୍ଗ ଓ ମାନବ ଚାଲାଣର ବିପଦ ଥିବା ମହିଳାମାନଙ୍କୁ ତାଲିମ୍ ଓ ଜୀବିକା ନିର୍ବାହର ସୁଯୋଗ ପ୍ରଦାନ କରାଯାଇପାରୁଛି। ଫଳସ୍ବରୂପ ସେମାନେ ଏକ ସମ୍ମାନଜନକ ଓ ସ୍ବାଧୀନ ଜୀବନଯାପନ କରିବାରେ ସକ୍ଷମ ହୋଇପାରିବେ।

ସୁପେଇ ଲିଉ, କେଏମଆଇଟି ର ପ୍ରୋଗ୍ରାମ ଓ ଡେଭଲପମେଣ୍ଟ ବୋର୍ଡ଼ ଆଡଭାଇଜର ଏହି ଅବସରରେ କହିଛନ୍ତି ଯେ, ‘‘ଆମେ ବିଶ୍ବାସ କରୁ ଯେ ଏହି ଦୁର୍ବଳ ବର୍ଗର ଲୋକମାନଙ୍କର ଶୋଷଣକୁ ଏଡ଼ାଇବା ମାନବ ଚାଲାଣର ଶୀକାର ହୋଇଥିବା ପୀଡ଼ିତମାନଙ୍କୁ ପୁନଃଶୋଷଣ ଅନ୍ୟ ପ୍ରକାରର ଦାସତ୍ବରୁ ମୁକ୍ତ କରିବା ପାଇଁ ସ୍ଥାୟୀ ନିଯୁକ୍ତି ହେଉଛି ଏକ ଫଳପ୍ରଦ ଉପାୟ ସାହି ସହିତ ଆମର ସହଭାଗୀତା ଏହି ସମସ୍ୟା ଉପରେ କାର୍ଯ୍ୟ କରୁଛି ବିପଦ ଗ୍ରସ୍ତ ମହିଳା ମାନଙ୍କୁ ଆର୍ଥିକ ସ୍ବାଧୀନତା ମୋବିଲିଟି ସୁବିଧା ପ୍ରଦାନ କରୁଛି ଆମେ ନିଶ୍ଚିତ ରହିଛୁ ଯେ ଉନ୍ନତମାନର ତାଲିମ୍, ସ୍ଥିର ଆୟ ନିରାପଦ କାର୍ଯ୍ୟ ପରିବେଶ ମାଧ୍ୟମରେ ଆମେ ମହିଳାମାନଙ୍କୁ ସୁଯୋଗ ପ୍ରଦାନ କରିବୁ ଯଦ୍ବାରା ସେମାନେ ସମ୍ବଳ ସୁବିଧା ଲାଭ କରିବା ସହିତ ଦକ୍ଷତା ଆହରଣ କରିପାରିବେ ଫଳସ୍ବରୂପ ସେମାନେ ଆର୍ଥିକ ସ୍ବାଧୀନତା ହାସଲ କରିପାରିବେ ଏହା ସମାଜରେ ସେମାନଙ୍କୁ ସମ୍ମାନ ସ୍ବାଧୀନତା ପ୍ରଦାନ କରିବ

ଏହି ପ୍ରକଳ୍ପ ସୁନିଶ୍ଚିତ କରିବ ଯେ ବିପଦଗ୍ରସ୍ତ ଦୁର୍ବଳ ବର୍ଗ 100% ମହିଳା  ଯେଉଁମାନେ ଏହି ପ୍ରୋଗ୍ରାମରେ ସାମିଲ ହୋଇଛନ୍ତି ସେମାନଙ୍କର ଆୟରେ 65% ବୃଦ୍ଧି ହେବ ଓ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ବିକାଶ ଧାରାକୁ ବଜାୟ ରଖିପାରିବେ। କେଏମଆଇଟି ସ୍ବାଭିମାନ ପ୍ରୋଗ୍ରାମ ଅନ୍ତର୍ଗତ ମହିଳମାନଙ୍କୁ ସହାୟତା ପ୍ରଦାନ କରୁଛି ଯଦ୍ବାରା ସେମାନେ ଆର୍ଥିକ ସୁରକ୍ଷା ଲାଭ କରିପାରିବେ ଓ ଶୋଷଣ ଓ ମାନବ ଚାଲାଣର ଚକ୍ରରୁ ସଫଳତାପୂର୍ବକ ମୁକ୍ତ ହୋଇପାରିବେ।

କେଏମଆଇଟି ଅନେକ ଗୋଷ୍ଠୀ ଓ ମହିଳାମାନଙ୍କ ସହିତ  କାର୍ଯ୍ୟ କରେ ଯେଉଁଠାରେ ମାନବ ଚାଲାଣ ଓ କମର୍ସିଆଲ୍ ସେକ୍ସୁଆଲ୍ ଏକ୍ସପ୍ଲୋଇଟେସନ (ସିଏସଇ) ସର୍ବାଧିକ ମାତ୍ରାରେ ଦେଖା ଦେଇଥାଏ। ଯେଉଁଠାରେ ମହିଳା ଓ ବାଳିକା ମାନେ ଦ୍ରାରିଦ୍ର୍ୟ, ଜାତିଗତ ଭେଦଭାବ, ଲିଙ୍ଗଗତ ଅସମାନତା ଓ ଆର୍ଥିକ ଆଘାତକୁ ପ୍ରତିହତ କରିବାର କମ୍ କ୍ଷମତା କାରଣରୁ ଶୋଷଣର ଶୀକାର ହୋଇଥାନ୍ତି।

Share

Leave a Reply

Your email address will not be published. Required fields are marked *

4 × two =