ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୫୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୯୫ଜଣ, ବାଲେଶ୍ୱରରୁ ୩୯୨ଜଣ, ବରଗଡ଼ରୁ ୧୦୭ ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରରୁ ୭୭ ଜଣ, ବୌଦ୍ଧରୁ ୧୩୦ଜଣ, କଟକରୁ ୬୪୭ଜଣ, ଦେବଗଡ଼ରୁ ୨୮ ଜଣ, ଢେଙ୍କାନାଳରୁ ୭୩ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୫ ଜଣ, ଜଗତସିଂହପୁରରୁ ୨୨୬ ଜଣ, ଯାଜପୁରରୁ ୪୩୪ ଜଣ, ଝାରସୁଗୁଡ଼ାରୁ ୪୨ ଜଣ, କଳାହାଣ୍ଡିରୁ ୭୭ ଜଣ, କନ୍ଧମାଳରୁ ୧୧୨ ଜଣ, କେନ୍ଦ୍ରାପଡ଼ାରୁ ୨୫୩ଜଣ, କେଉଁଝରରୁ ୧୨୩ଜଣ, ଖୋର୍ଦ୍ଧାରୁ ୧୦୧୭ ଜଣ, କୋରାପୁଟରୁ ୧୨୬ ଜଣ, ମାଲକାନଗିରିରୁ ୮୪ଜଣ, ମୟୁରଭଞ୍ଜରୁ ୨୯୭ଜଣ, ନବରଙ୍ଗପୁରରୁ ୧୪୬ ଜଣ, ନୟାଗଡ଼ରୁ ୧୨୦ଜଣ, ନୂଆପଡ଼ାରୁ ୧୭ ଜଣ, ପୁରୀରୁ ୨୯୧ଜଣ, ରାୟଗଡ଼ାରୁ ୧୨୦ ଜଣ, ସମ୍ୱଲପୁରରୁ ୧୦୧ଜଣ, ସୋନପୁରରୁ ୬୪, ସୁନ୍ଦରଗଡ଼ରୁ ୨୦୮ ଓ ଷ୍ଟେଟ ପୁଲରୁ ୧୫୧କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

thirteen − 12 =