୯ ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର() ଆଗାମୀ ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ । ଦକ୍ଷିଣ ଉପକୂଳ ଓଡ଼ିଶାରେ ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ । ୭ଦିନ ଯାଏଁ ବଡ଼ ବର୍ଷାର ସମ୍ଭାବନା ନାହିଁ । ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟ କ୍ଷତି ହୋଇଛି । ତେବେ ବଡ ଧରଣ କୌଣସି ବିପଦ ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଗଭୀର ଅବପାତ, ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ଆଉ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ସେପଟେ ଓଡିଶା ଉପରେ ଅବପାତର ସିଧାସଳଖ ପ୍ରଭାବ ନାହିଁ ।କିନ୍ତୁ କାଲି ସକାଳ ସାଢେ ୮ଟା ଯାଏଁ  ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୯ଟି ଜିଲ୍ଲା ହେଉଛି- ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର । ଏହା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘୂର୍ଣ୍ଣିଂଝଡ ସହ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

14 + two =