ତୃତୀୟ ଲହର ଶିଶୁଙ୍କ ଲାଗି ବିପଦ ଜନକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର, ଅକ୍ଟୋବର ମାସ ବେଳକୁ କରୋନାର ତୃତୀୟ ଲହର ଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶିଶୁମାନଙ୍କ ଚିକିତ୍ସା ଅନ୍ୟ ରୋଗୀମାନଙ୍କ ଅପେକ୍ଷା ଭିନ୍ନ ହୋଇଥିବାରୁ ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେଥିପାଇଁ ଏବେଠୁ ଡାକ୍ତରମାନଙ୍କୁ ଟ୍ରେନିଂ ଦେବା ସହ ଅଧିକ ସଂଖ୍ୟାରେ ଜେନେରାଲ ଓ ଆଇସିୟୁ ବେଡ୍ ପ୍ରସ୍ତୁତ କରାଯାଉଛି। ଏଥିସହ ଯେଉଁ ଜିଲ୍ଳାରେ ଟେଷ୍ଟ ପଜିଟିଭି ରେଟ୍ ୫ ପ୍ରତିଶତରୁ କମ ରହିଛି ସେଠାରେ ଅନଲକ ପ୍ରକ୍ରିୟାରେ କିଛି କଟକଣା କୋହଳ କରିବାକୁ ବିଚାରବିମର୍ଶ ଚାଲିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
କରୋନାର ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରକୁ ନେଇ ଆସିଛି ବଡ଼ ଖବର । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ପ୍ରଥମ ଲହରରେ ମଧ୍ୟ ଶିଶୁମାନେ କରୋନାରେ ପୀଡିତ ଥିଲେ । ଦ୍ୱିତୀୟ ଲହରେ ଶିଶୁମାନେ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଭବିଷ୍ୟତରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବୟସ୍କମାନଙ୍କୁ ଟିକାକରଣ କରାଯାଉଛି । ରାଜ୍ୟ ସରକାରଙ୍କର ବିଶେଷଜ୍ଞ ଡାକ୍ତର ସେବାରଂଜନ ବିଶ୍ୱାଳ କରୋନା ସଂପର୍କିତ ପ୍ରଶ୍ନ ଓ ଉତ୍ତର କାର‌୍ୟ୍ୟକ୍ରମରେ ଏହା କହିଛନ୍ତି । ବୟସ୍କମାନେ ଘରେ ଶିଶୁମାନଙ୍କ ସହିତ ସମୟ ବିତାଇ ଥାନ୍ତି । ତେଣୁ ବୟସ୍କମାନଙ୍କୁ ଟିକା ଦିଆଯାଇଥିଲେ ଶିଶୁମାନେ ମଧ୍ୟ ପରୋକ୍ଷ ଭାବେ ସୁରକ୍ଷିତ ରହିପାରିବେ ।

Share

Leave a Reply

Your email address will not be published. Required fields are marked *

1 × 1 =