ଆନ୍ତର୍ଜାତିକ ଗଣତନ୍ତ୍ର ଦିବସରେ ନବୀନ ଦୋହରାଇଲେ ନିଜ ଶପଥ

ଭୁବନେଶ୍ୱର () ଆନ୍ତର୍ଜାତିକ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପୁଣି ଥରେ ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ନେଇଥିବା ଶପଥକୁ ଦୋହରାଇଛନ୍ତି । ଏଥିପାଇଁ ତାଙ୍କ ସରକାର ସବୁ ଯୋଜନା ଲୋକକୈନ୍ଦ୍ରିକ ।

ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସରେ ନବୀନ ଟ୍ୱିଟ କରିଛନ୍ତି ଯେ, ତାଙ୍କ ସରକାରର ସଫଳତାର ମୂଳମନ୍ତ୍ର ହେଉଛନ୍ତି ଜନତ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଥିବା ତାଙ୍କର ଅଗାଢ଼ ବିଶ୍ୱାସ । ଆନ୍ତର୍ଜାତିକ ଗଣତନ୍ତ୍ର ଦିବସରେ ଏହି ମୂଲ୍ୟବୋଧକୁ ଆମେ ବଜାୟ ରଖିବୁ ଏବଂ ଜନତା ଆମ ସବୁ ଯୋଜନାର ମେରୁ ହେବେ ବୋଲି ସେ କହିଛନ୍ତି ।

2007ରେ ଜାତିସଙ୍ଘ ସେପ୍ଟେମ୍ବର 15 ତାରିଖକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଗଣତାନ୍ତ୍ରିକ ମୂଲ୍ୟବୋଧର ସମ୍ମାନ ରକ୍ଷା । ଏଥିପାଇଁ ଜାତିସଂଘର ସବୁ ସହଯୋଗୀ ରାଷ୍ଟ୍ର ଏହି ଦିବସକୁ ଉଚିତ ଢଙ୍ଗରେ ପାଳନ କରିବାକୁ ରାଜି ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

four + twenty =