ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ –
ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୂରୁହ ହୋଇପଡ଼ିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ, ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ଶିଥିଳତା ଦେଖାଦେବ । ନୂତନ ଯାନ୍ତ୍ରିକ ଜିନିଷ କିମ୍ବା ଗୃହୋପକରଣ କ୍ରୟ କରିପାରନ୍ତି।
ବୃଷ –
କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତା ହେତୁକ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ଲଘୁ କ୍ରୋଧ ସୃଷ୍ଟି କରିପାରେ। ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ପୁରୁଣା ସମ୍ପର୍କ, ଜମିଜମା, ଗାଡ଼ି ମୋଟରରୁ ଭଲ ଲାଭ ପାଇବେ । ନିର୍ମାଣାଧୀନ କାର୍ଯ୍ୟ ସମସ୍ୟାବହୁଳ ରହିବ।
ମିଥୁନ –
ସାଧାରଣ ଘଟଣାରେ ଝଗଡ଼ା ଲାଗିଥିବା ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ କ୍ଷେତ୍ରରେ ଖଳ ଲୋକଙ୍କ ଅନୁପ୍ରବେଶ ଯାହାକି କଳହକୁ ବଢ଼ାଇଦେଇପାରେ। ଅଫିସିଆଲି କୌଣସି ନିଷ୍ପତ୍ତି ପାଇଁ ତର୍କ ଓ ବିବାଦ ବଢ଼ିବାର ସମ୍ଭାବନା ରହିଛି ।
କର୍କଟ –
ଆକସ୍ମିକ ଭାବରେ ଦୂରଯାତ୍ରା ଓ ବନ୍ଧୁ ମିଳନ ଘଟିବ,ଏହି ଦିଗରୁ ସାମୟିକ ଆନନ୍ଦ ଅନୁଭବ କରିବେ। ଦୀର୍ଘଦିନର ଆଶା ଫଳବତୀ ହେବ କିନ୍ତୁ ଏଥି ସକାଶେ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ଅପରାହ୍ନେ ଅଭାବ ନ ଥିଲେ ମଧ୍ୟ ମନ ଭଲ ଲାଗି ନ ପାରେ ।
ସି˚ହ –
ବହୁତ ଦିନର ସୁଚିନ୍ତିତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ । ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ ଓ କାମରେ ଆଗୁଆ ରହିବେ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଲେ ମଧ୍ୟ ଚେଷ୍ଟାରୁ ବିରତ ହେବେ ନାହିଁ । ବନ୍ଧୁଗହଣରେ ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
କନ୍ୟା –
ନିଜର ବନ୍ଧୁମାନଙ୍କ ଅନୁକମ୍ପାରୁ କଳା, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି। ରୋଗ, ଋଣ, ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ । ପଡ଼ୋଶୀଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା –
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ, କିନ୍ତୁ କଠୋର ବାକ୍ୟାଳାପ ଦ୍ୱାରା ସମ୍ପର୍କ ହାନି ଘଟିବ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପରିବାରର ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି।
ବିଛା –
କର୍ମକ୍ଷେତ୍ରରେ ଏକ ପ୍ରକାର ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ । ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ନିଜ ସକାଶେ ସମସ୍ୟାକୁ ବଢ଼ାଇ ଦେବ । ଯିବା ଆସିବା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଖାଦ୍ୟପେୟର ଅନିୟମିତତା ଫଳରେ ସ୍ବାସ୍ଥ୍ୟ ସାମାନ୍ୟ ଗଡ୍‌ବଡ୍‌ ହେବାର ସମ୍ଭାବନା ରହିଛି।
ଧନୁ –
ପ୍ରତ୍ୟେକ କ୍ଷେତ୍ରର ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ହୋଇ ନ ପାରେ । ମନୋରଞ୍ଜନ କାର୍ଯ୍ୟରେ ସାମିଲ୍‌ ହୋଇପାରନ୍ତି, କିନ୍ତୁ ପୂର୍ଣ୍ଣ ଉପଭୋଗ୍ୟ ହୋଇପାରିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ପରିବହନରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ।
ମକର –
ଯେତେ ସତର୍କରେ ଚଳିଲେ ମଧ୍ୟ ଅନ୍ୟମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ ନାହିଁ । ଘରେ ବସି ରହିଥିଲେ ମଧ୍ୟ ବିଭିନ୍ନ ପ୍ରକାର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ। ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ବନ୍ଧୁମାନଙ୍କ ଗହଣରେ ଆଳାପ ଆଲୋଚନାରେ ସମୟ କଟାଇବେ।
କୁମ୍ଭ –
କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ, ଯଦ୍ଦ୍ବାରା କି ଆପଣଙ୍କୁ ଏଥି ସକାଶେ କେତେକ କଟୁକ୍ତି ଶୁଣିବାକୁ ପଡ଼ିପାରେ। ଅଭାବ ସୁଧାରିବାକୁ ଯାଇ ଧାର ଉଧାର କରିବାକୁ ପଡ଼ିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ବନ୍ଧୁଙ୍କ ଅନୁରୋଧକ୍ରମେ ଭ୍ରମଣ ସୁଯୋଗ ଜୁଟିବ।
ମୀନ –
ବନ୍ଧୁମାନଙ୍କ ପରାମର୍ଶ ଅନୁସାରେ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରିପାରନ୍ତି। ନିଜ ଲୋକଙ୍କ ଈର୍ଷାପରାୟଣତା କାରଣରୁ ହଠାତ୍‌ ବିରାଧୀ ପକ୍ଷ ସକ୍ରିୟ ହୋଇଉଠିବେ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ।

Share

Leave a Reply

Your email address will not be published. Required fields are marked *

7 − one =