୧୭୦୦୦ ଜରିମାନା ଗଣିଲା ସ୍କୁଲ ଭ୍ୟାନ

ଭଦ୍ରକ() ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକକୁ ଗାଡିକୁ ବଡ଼ ଧରଣର ଫାଇନ ଲାଗିଛି କ୍ଷ ଟାଟା ମ୍ୟାଜିକ ଗାଡିକୁ ୧୭,୫୦୦ଟଙ୍କା ଫାଇନ୍ ଲଗାଇଛି ଭଦ୍ରକ ଜଞଙ । ଭଦ୍ରକ ଗ୍ରାମାଂଚଳ ଥାନା ନିକଟରେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଂଚ ବେଳେ ଧରାପଡ଼ିଥିଲା ଏହି ସ୍କୁଲ ଭ୍ୟାନ ।

ଯାଞ୍ଚ ସମୟରେ ଜଣାପଡିଥିଲା ଗାଡିର ଇନ୍ସୁରାନ୍ସ, ଭ୍ୟାଲିଡ଼ ପରମିଟ, ସ୍କୁଲ ପିଲାଙ୍କୁ ନେବାର ଉପଯୁକ୍ତ ନିରାପଦ ବ୍ୟବସ୍ଥା ନଥିବା ସହିତ ଅନ୍ୟ କାଗଜପତ୍ର ମଧ୍ୟ ନଥିବାର ଦେଖିବାକୁ ମିଳିଥିଲା କ୍ଷ ଏ ନେଇ ଜଞଙ ପକ୍ଷରୁ ଫାଇନ କାଟିବା ସହ ଉକ୍ତ ଗାଡ଼ି ଟିକୁ ଗ୍ରାମାଞ୍ଚଳ ଥାନାକୁ ହସ୍ତାନ୍ତର କରାଯାଇଥିଲା ।

ପରମିଟ ନଥିବାରୁ ୧୦, ୦୦୦ ଟଙ୍କା , ଫିଟନେସ ନଥିବା ପାଇଁ ୫୦୦୦ ଟଙ୍କା , ଇନ୍ସୁରାନ୍ସ ପାଇଁ ୨୦୦୦ ଟଙ୍କା ଓ ଅନ୍ୟାନ୍ୟ ବାବଦକୁ ୫୦୦ ଟଙ୍କା ଫାଇନ ହୋଇଛି । ସମୁଦାୟ ୧୭,୫୦୦ ଟଙ୍କା ଫାଇନ୍ ଲଗାଇଛନ୍ତି ଭଦ୍ରକ ଆରଟିଓ ।

Share

Leave a Reply

Your email address will not be published. Required fields are marked *

two × 5 =