ସ୍କୁଲ ଭ୍ୟାନରେ ନିଆଁ ଲାଗି ଜଳିଗଲେ ୪ ଶିଶୁ

ପଞ୍ଜାବ() ସ୍କୁଲ ଭ୍ୟାନରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଏହି ଛାତିଥରା ଘଟଣା ଘଟିଛି ପଞ୍ଜାବର ସଙ୍ଗରୁର ଜିଲ୍ଲା ଲୋଙ୍ଗୋୱାଲ ସହରରେ । ସ୍କୁଲରୁ ଫେରୁଥିବା ସମୟରେ ଭ୍ୟାନରେ ଲାଗିଥିଲା କାଳରୂପୀ ନିଆଁ । କେହି କିଛି ବୁଝିବା ପୂର୍ବରୁ ନିଆଁରେ ଜଳିଯାଇଛନ୍ତି ୪ ଜଣ ଶିଶୁ । ବସରେ ମୋଟ୍ ୧୨ ଜଣ ପିଲା ରହିଥିବା ବେଳେ ଏବେବି ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଅନ୍ୟ ଶିଶୁମାନେ ।

ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍ କରି ଶୋକପ୍ରକାଶ କରିବା ସହ ମୃତ ଶିଶୁଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 2 =