କଂଗ୍ରେସ ପ୍ରାର୍ଥୀ ତାଲିକାରେ ଜଣେ ମହିଳା

ଭୁବନେଶ୍ୱର () ବିଳମ୍ବରେ ହେଲେ ବି କଂଗ୍ରେସ ପକ୍ଷରୁ ଆଜି 6ଟି ଲୋକସଭା ଓ 36ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବରଗଡ଼ ଲୋକସଭା ଆସନ ପାଇଁ ପ୍ରଦୀପ କୁନାର ଦେବତା ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ସୁନ୍ଦରଗଡ ପାଇଁ ଜର୍ଜ ତିର୍କୀ, କଳାହାଣ୍ଡି ପାଇଁ ଭକ୍ତ ଚରଣ ଦାସ, ନବରଙ୍ଗପୁର ପାଇଁ  ପ୍ରଦୀପ ମାଝୀ, କନ୍ଧମାଳ ପାଇଁ ମନୋଜ କୁମାର ଆଚାର୍ଯ୍ୟ ଓ ବ୍ରହ୍ମପୁର ପାଇଁ ଭି. ଚନ୍ଦ୍ରଶେଖର ନାଇଡୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ମହିଳାଙ୍କ ପାଇଁ ଡିଣ୍ଡିମ ପିଟୁଥିବା କଂଗ୍ରେସର 6ଜଣିଆ ଲୋକସଭା ପ୍ରାର୍ଥୀ ତାଲିକାରେ ଜଣେ ହେଲେ ମହିଳା ନାହାନ୍ତି ।

ସେହିଭଳି ପଦ୍ମପୁର ବିଧାନସଭା ଆସନରୁ ସତ୍ୟଭୂଷଣ ସାହୁ, ବରଗଡ଼ରୁ ନିପନ ଦାସ, ଅତାବିରାରୁ ନିହାର ମହାନନ୍ଦ, ବିରାମିତ୍ରପୁରରୁ ରୋହିତ ଜୋସେଫ ତିର୍କୀ, ରାଜଙ୍ଗପୁରରୁ ସି.ଏସ. ରାଜନ, ବଲାଂଗୀରରୁ ନରସିଂହ ମିଶ୍ର, ନୂଆପଡ଼ାରୁ ଘଷିରାମ ମଝି, ଖରିଆରରୁ ଅଧିରାଜ ପାଣିଗ୍ରାହୀ, ଝରିଗାଁରୁ ଉଲଧର ମାଝୀ, ନବରଙ୍ଗପୁରରୁ ସଦନ ନାୟକ, ଡାବୁଗାଁରୁ ଭୁଜବଳ ମାଝୀ, ଲାଞ୍ଜିଗଡ଼ରୁ ଶିବାଜୀ ମାଝୀ, ଧର୍ମଗଡ଼ରୁ ଦିଗମ୍ବର ଦୁରିଆ, ବାଳିଗୁଡ଼ାରୁ ସିମନ ମଲ୍ଲିକ, ଫୁଲବାଣୀରୁ କିଶୋର ଚନ୍ଦ୍ର କହଁର, କଣ୍ଟାମାଳରୁ ପ୍ରଶାନ୍ତ ସାହୁ, ଦଶପଲ୍ଲାରୁ ପ୍ରଶାନ୍ତ କୁମାର ନାୟକ, ଭଞ୍ଜନଗରରୁ ସଞ୍ଜୟ କୁମାର ତ୍ରିପାଠୀ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ପୋଲସରାରୁ ହରିଚରଣ ସ୍ୱାଇଁ, କବିସୂର୍ଯ୍ୟନଗରରୁ ବିଜୟ କୁମାର ସାହୁ, ଆସ୍କାରୁ ମନୋଜ କୁମାର ଜେନା, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ହିଂଜିଲିରୁ ରାମକୃଷ୍ଣ ପଣ୍ଡା, ଗୋପାଳପୁରରୁ ଏସ. ଧର୍ମରାଜ ରେଡ୍ଡୀ, ବ୍ରହ୍ମପୁରରୁ ଲିଙ୍ଗରାଜ ଚୌଧୁରୀ, ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ର, ଚିକିଟିରୁ ସୁଭାଷ ଚନ୍ଦ୍ର ରାଉତ, ମୋହନାରୁ ଦାଶରଥି ଗମାଙ୍ଗ, ଗୁଣୁପୁରରୁ ପୁରୁଷୋତ୍ତମ ଗମାଙ୍ଗ, ବିଷମ କଟକରୁ ନୀଳମାଧବ ହିକକା, ଜୟପୁରରୁ ତାରା ପ୍ରସାଦ ବାହିନୀପତି, କୋରାପୁଟରୁ କୃଷ୍ଣ ଚନ୍ଦ୍ର କୁଲଦୀପ, ପଟାଙ୍ଗିରୁ ରାମଚନ୍ଦ୍ର କାଡ଼ାମ, ମାଲକାନଗିରିରୁ ମାଲା ମାଢି ଓ ଚିତ୍ରକୋଣ୍ଡାରୁ ଲାଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି । 36ଟି ବିଧାନସଭା ପ୍ରାର୍ଥୀ ତାଲିକାରେ ମଧ୍ୟ ଜଣେ ମାତ୍ର ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ ।

Share

Leave a Reply

Your email address will not be published. Required fields are marked *

3 × 2 =