ମିସେସ୍ ୟୁନିଭର୍ସ କାନଡା ଟାଇଟେଲ ପାଇଛନ୍ତି ଓଡିଆ ଝିଅ ମିତାଲି

ଜୟପୁର: ମିସେସ୍ ୟୁନିଭର୍ସ କାନାଡା ୨୦୨୧ ଟାଇଟେଲ ପାଇଛନ୍ତି ଓଡିଆ ଝିଅ ମିତାଲି। ନିଜର ସୌନ୍ଦର୍ୟ୍ୟ ପାଇଁ ସେ କାନାଡାରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରର ଝିଅ ମିତାଲି ପଣ୍ଡା ଗୌରବ ଆଣିଥିବା ନେଇ ତାଙ୍କୁ ବହୁ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଜୟପୁର ସହରର ପ୍ରସାଦରାଓପେଟାର ପ୍ରଥମ ଲାଇନ୍ରେ ମିତାଲିଙ୍କ ଘର। ବାପା ସତ୍ୟନାରାୟଣ ପଣ୍ଡା ଓ ମା’ସୁଚରିତା ପଣ୍ଡାଙ୍କ ଜ୍ୟେଷ୍ଠ କନ୍ୟା ମିତାଲି। ତାଙ୍କର ୨ ଜଣ ଭଉଣୀ ମୋନାଲୀ ଓ ସୋନାଲୀ ପଣ୍ଡା ରହିଛନ୍ତି। ମିତାଲି ଜୟପୁର ସହରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରିବା ପରେ ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟରେ ପଢ଼ାପଢ଼ି କରିଥିଲେ। ଏଥିସହ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରିବା ପରେ ଭୁବନେଶ୍ବର ସେଞ୍ଚୁରିଆନ୍ ଇନ୍ସିଚ୍ୟୁଟ ଟେକ୍ନୋଲୋଜିରେ ଇଞ୍ଜିନିୟରିଂ କରିଥିଲେ। ଏହାପରେ ସେ ଏକ ଆଇଟି କମ୍ପାନୀରେ ଚାକିରୀ ଜୀବନ ଆରମ୍ଭ କରିଥିଲେ।
ମିତାଲି ୨୦୧୭ ମସିହାରେ ଜୟପୁର ସହରର ଇରିଗେସନ କଲୋନୀର ସନ୍ଦିପ ବର୍ମାଙ୍କୁ ବିବାହ କରିଥିଲେ। ଏହାପରେ ୨୦୧୮ ମସିହାରେ ମିତାଲି ସ୍ବାମୀଙ୍କ ସହ କାନାଡା ଚାଲିଯାଇଥିଲେ।ମିତାଲି କାନାଡାରେ ଏକ ବ୍ୟାଙ୍କରେ ଏବେ ଚାକିରୀ କରୁଛନ୍ତି। ସେଠାରେ କାନାଡା କରବାଚୌଥ ବିୟୁଟି ୨୦୧୮ ପ୍ରତିଯୋଗୀତାର ଟାଇଟଲ ଓ ମିସେସ୍ ରୟାଲ ଚଏସ୍ ୨୦୧୯ ଟାଇଟଲ ମଧ୍ୟ ସେ ହାସଲ କରିଛନ୍ତି। ଏହାପରେ ନ୍ୟାସନାଲ ଡାଇରେକ୍ଟର ଏଣ୍ଡ ମିସେସ୍ ୟୁନିଭର୍ସ ଅନୁଷ୍ଠାନ ପକ୍ଷରୁ ଅନଲାଇନ୍ ମାଧ୍ୟମରେ ଏହାର ପ୍ରତିଯୋଗୀତା ହୋଇଥିଲେ। ସେଥିରେ ଇଣ୍ଟରଭ୍ୟୁ ଦେବା ପରେ ଚୟନ ହୋଇଥିବା ପ୍ରତିଯୋଗୀଙ୍କୁ ନେଇ ରୢମ୍ପ ସୋ ସହିତ ବିଭିନ୍ନ ପ୍ରତିଯୋଗୀତା ହୋଇଥିଲା। ସେଥିରେ ମିତାଲି ମିସେସ୍ ୟୁନିଭର୍ସ କାନାଡା ୨୦୨୧ ଟାଇଟେଲ ସେ ହାସଲ କରିଥିଲେ। ଉକ୍ତ ଅନୁଷ୍ଠାନ ପକ୍ଷରୁ ମିତାଲିଙ୍କୁ ମୁକୁଟ ଓ ବେଡଜ୍ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ବୋଲି ଭଉଣୀ ମୋନାଲୀ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

two × two =