ମୋଦି ହଟାଅ, ଦେଶ ବଞ୍ଚାଅ: ମୁଖ୍ୟମନ୍ତ୍ରୀ ମମତା

ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସାରଦା ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଆଗରେ ହାଜର ହେବେ କୋଲକାତା ପୋଲିସ କମିଶନର ରାଜୀବ କୁମାର । ଏଥିସହ ତଦନ୍ତରେ ସହଯୋଗ କରିବାକୁ ସବୋର୍ଚ୍ଚ ନ୍ୟାୟାଳୟ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମେଘାଳୟର ସିଲଂରେ ରାଜୀବ କୁମାର ସିବିଆଇ ଆଗରେ ହାଜର ହେବେ । ତେବେ ଏବେ ରାଜୀବ କୁମାରଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି । ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।

ସେପଟେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଜଣାଇଛନ୍ତି । ଏହା ନୈତିକତାର ବିଜୟ ବୋଲି କହିଛନ୍ତି ମମତା ବାନାର୍ଜୀ । ମମତା କହିଛନ୍ତି, ରାଜ୍ୟର କାମରେ କେନ୍ଦ୍ର ହସ୍ତକ୍ଷେପ କରୁଛି । ସିବିଆଇ ବିନା ନୋଟିସରେ କମିଶନରଙ୍କ ଘରକୁ ଯାଇଥିଲା । ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଥିବା ମମତା ଅଭିଯୋଗ କରିଛନ୍ତି । ମୋଦି ହଟାଅ, ଦେଶ ବଞ୍ଚାଅ ବୋଲି ମମତା ବାନାର୍ଜୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + 6 =