ଫାଟିଗଲା ୨୮ ଇଞ୍ଚିଆ ପାଇପ୍‌, ବ୍ରହ୍ମପୁରରେ କୃତ୍ରିମ ବନ୍ୟା

ବ୍ରହ୍ମପୁର: ବୁଧବାର ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ୨୮ ଇଞ୍ଚିଆ ପାଣି ପାଇପ୍ ଫାଟିଯିବା ଫଳରେ ରାସ୍ତା ଉପରେ ମାଡିଯାଇଛି ପାଣି । ଯାତାୟତ କରିବାରେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବ୍ରହ୍ମପୁର ସହର ଖୋଡାସିଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସେପଟେ ଖବର ପାଇ ପିଏଡି କର୍ମଚାରୀ ଆସି ମରାମତି କରୁଥିବା ଦେଖିବାକୁ ମିଳିଛି । ପାଇପ ଫାଟିବା ପରେ ଏବେ ବ୍ରହ୍ମପୁର ସହରରେ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ତେବେ ଖୁବ୍‌ଶିଘ୍ର ମରାମତି କରାଯାଇ ପାନୀୟଜଳ ଯୋଗାଯିବ ବୋଲି ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

18 − 10 =