ଆରଡି ଛାତ୍ରୀ ହତ୍ୟା ଘଟଣା: ୨ ଅଭିଯୁକ୍ତ ଚିହ୍ନଟ

ଯାଜପୁର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ । ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କୁଆଖିଆ ପୁଲିସ୍‌ | ଗତକାଲି ଘଟିଥିବା ଏହି ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ୨ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଉକ୍ତ ୨ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଯାଜପୁର ଏସ୍‌ପି ସୂଚନା ଦେଇଥିଲେ ମଧ୍ୟ ସେମାନଙ୍କ ପରିଚୟ ଦେଇ ନାହାନ୍ତି।

ସୂଚନାନୁଯାୟୀ, ଯାଜପୁର-କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିବା ବେଳ ସିସିଟିଭି ଭିଜୁଆଲ୍‌ ରୁ ଅପରାଧୀଙ୍କୁ ଚିହ୍ନଟ କରିଛି ପୋଲିସ । ସିସିଟିଭି ଭିଜୁଆଲରେ ଏକ ୨ ଚକିଆ ଗାଡିରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସାଇ ନେଇ ଯାଉଛନ୍ତି ।

ତେବେ ଯୁବତୀଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ପାଖରେ ପଡିଥିବା ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍‌ ଖୋଜିବା ପରେ ତାଙ୍କ ମୋବାଇଲ୍‌ ମିଳିଥିଲା । ଆଉ ସେଥିରୁ ହିଁ ପୋଲିସ ପାଇଥିଲା ତାଙ୍କ ପରିଚୟ । ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ୍ ନାୟକ । ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଥିଲା ।

Share

Leave a Reply

Your email address will not be published. Required fields are marked *

two − 1 =