ଚାଲିଥିଲା ବାଲ୍ୟ ବିବାହ ପହଞ୍ଚିଗଲେ ଶିଶୁ ମଙ୍ଗଳ ଅଧିକାରୀ

ଯାଜପୁର: ଚାଲିଥିଲା ବାଲ୍ୟ ବିବାହ ପହଞ୍ଚିଗଲେ ଶିଶୁ ମଙ୍ଗଳ ଅଧିକାରୀ । ବିବାହକୁ ବନ୍ଦ କରି ଉଭୟ ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ଅଞ୍ଚଳରୁ ଆସିଛି ଏଭଳି ଖବର । ୧୪ ବର୍ଷର ବର ସହ ୧୩ ବର୍ଷର ନାବାଳିକା ସହ ବିବାହ ହେଉଥିଲା । ଏମାନଙ୍କ ବିବାହ ଉଭୟ ପରିବାର କରାଉଥିଲେ । ବରର ଘର ତଳନଗଡ଼ାରେ ହୋଇଥିବାବେଳେ କନିଆଁଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ଶିଶୁ ମଙ୍ଗଳ ଅଧିକାରୀ ଏହି ଖବର ପାଇବା ପରେ ଉଭୟଙ୍କୁ ଉଦ୍ଧାର କରିଛନ୍ତି । ଯାଜପୁର ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବା ସହ ପୁଅକୁ ଯାଜପୁର ବାଳାଶ୍ରମ ଓ ଝିଅକୁ ସଖୀ କେନ୍ଦ୍ରରେ ରଖାଯାଇଛି । ସେମାନଙ୍କ ସମସ୍ତ ଯାଞ୍ଚ ପରେ ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ଲାଇନର କୋ-ଅର୍ଡିନେଟର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × one =