ସିସିଟିଭି ଆଧାରରେ ଲୁଟେରା ଗିରଫ

ଭୁବନେଶ୍ୱର: ଲୁଟ୍ କରିବା ସହ ଛୁରାମାଡ଼ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ସିସିଟିଭିରେ କଏଦ ହୋଇଥିଲା ଦୃଶ୍ୟ । ସିସିଟିଭି ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଭୁବନେଶ୍ୱର ନୟାପଲ୍ଲୀରେ ମହିଳାଙ୍କ ନିକଟରୁ ହୋଇଥିବା ଲୁଟ୍ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ସୂଚନା ଥାଉକି, ଗତ ୩୧ ତାରିଖ ସକାଳେ ଅଂଶୁ ଗୁପ୍ତା ନାମକ ଜଣେ ମହିଳା ପରିବା କିଣିବା ପାଇଁ ଯାଉଥିବା ସମୟରେ ନୟାପଲ୍ଲୀ ଭିଆଇପି ରୋଡରେ ତାଙ୍କୁ ଜଣେ ଦୁର୍ବୃତ୍ତ ଏକୁଟିଆ ଦେଖି ପିଛା କରିଥିଲା। ମହିଳାଙ୍କ ପାଖରୁ ଲୁଟ୍ ପାଇଁ ଉଦ୍ୟମରେ ବିଫଳ ହେବା ପରେ ଏକ ଛୁରୀ ବାହାର କରି ଆକ୍ରମଣ କରିଥିଲା । ସିସିଟିଭି ଫୁଟେଜରେ କଏଦ ହୋଇଥିଲା ସଂପୂର୍ଣ୍ଣ ଦୃଶ୍ୟ। ଏହାପରେ ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ । ଆଜି ଅଭିଯୁକ୍ତକୁ ଗିରଫ କରି ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରୁଛି ସ୍ପେଶାଲ୍ ସ୍କ୍ଵାର୍ଡ।

Share

Leave a Reply

Your email address will not be published. Required fields are marked *

one × one =