ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ

ଭୁବନେଶ୍ବର()   ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡିଶା । ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ । ଏହି ୩ଟି ପଂଚାୟତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ କାଂଇଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବେଲଗୁଣ୍ଠା ବ୍ଲକର ବୋଡାବରସିଙ୍ଗକୁ ଶିଶୁ ଉପଯୋଗୀ ପାଇଁ ପୁରସ୍କୃତ କରାଯାଇଛି ।

ସେହିପରି ସାନଖେମୁଣ୍ଡି ବ୍ଲକର ପୁଡାମାରୀ ପଂଚାୟତକୁ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାସମଭା ଭାବେ ପୁରସ୍କାର କରାଯାଇଛି । ଜାତୀୟ ପୁରସ୍କାର ମିଳିଥିବା ନେଇ ପଂଚାୟତ ରାଜ, ପାନୀୟ ଜଳ ବିଭାଗର ୱେବସାଇଟରୁ ପ୍ରକାଶ ପାଇଛି ।

ଏନେଇ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଅନ୍ତର୍ଭୂକ୍ତ କାର୍ୟ୍ୟକ୍ରମ ମାଧ୍ୟମରେ ପଂଚାୟତୀରାଜକୁ ସଶକ୍ତିକରଣ ଏବଂ ଗ୍ରାମୀଣ କଲ୍ୟାଣ କାର୍ୟ୍ୟକ୍ରମର ଦକ୍ଷ ମନିଟରିଂ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି।

Share

Leave a Reply

Your email address will not be published. Required fields are marked *

19 − fourteen =